୯ବର୍ଷ ପରେ ଜାରି ରହିଛି ସାମୁଦ୍ରିକ ମତ୍ସ୍ୟଜୀବି ଗଣନା :କରୋନା ପାଇଁ ୨୦୨୧ରେ ହୋଇଥିଲା ବାଧାପ୍ରାପ୍ତ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମସ୍ଚ୍ୟଜୀବି ଜନଗଣନା ନଭେମ୍ବର ୩ତାରିଖ ରୁ ଆରମ୍ଭ ହୋଇଛି। କରୋନା ଯୋଗୁଁ ୨୦୨୧ରେ ଏହି ସର୍ଭେ ହୋଇ ପାରି ନଥିଲା। ଦୀର୍ଘ ୯ବର୍ଷ ପରେ ପୁରୀ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାର ସମୁଦ୍ର ତଟରେ ଵାସ କରୁଥିବା ସାମୁଦ୍ରିକ ମସ୍ଚ୍ୟଜୀବିଙ୍କ ସର୍ଭେକ୍ଷଣ କରାଯାଉଛି। ବଡ଼ କଥା ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ଅନେକ ମସ୍ଚ୍ୟଜୀବି ଆନ୍ଧ୍ର ଓ ପୁରୀରେ ଦୁଇଟି ଜାଗାରେ ରହିଥିବା ନାଁ ଏଥର ଗୋଟିଏ ଜାଗାରୁ କଟାଯିବ। ଏଭଳି ତ୍ରୁଟି ମୁକ୍ତ କରିବା ପାଈଁ ବ୍ୟାସ (ଭିୱାଇଏଏସ )ଭାରତ ମୋବାଇଲି ଆପ ପ୍ରସ୍ତୁତ କରାଯାଇଛି। ଆଧାର କାର୍ଡ ଆଦି ତର୍ଜମା କରି ଅନେକ ନାଁ ଜନଗଣନା ରୁ କଟିବ ବୋଲି ସ୍ପଷ୍ଟ କରିଛନ୍ତି ସିଏମଏଫଆରଆଇ କୋଚିର ବୈଜ୍ଞାନିକ ଡ଼ଃ. ଆଶ୍ୱଥି। ଏଭଳି ନକଲି ମସ୍ଚ୍ୟଜୀବିଙ୍କୁ କାଟିବା ସହ ସେମାନଙ୍କର ଶିକ୍ଷା, ବୃତ୍ତି ଓ ଉପଲବ୍ଧ ଭିତ୍ତିଭୂମି ବାବଦରେ ଅନୁଧ୍ୟାନ କରାଯିବ ବୋଲି ଜଣା ପଡିଛି। ୨୦୨୧ରେ ଏହି ସର୍ଭେ ଅଟକି ରହିଥିଲା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳବର୍ତ୍ତୀ ଗ୍ରାମରେ ମସ୍ଚ୍ୟଜୀବି ଵାସ କରୁଛନ୍ତି। ୩ତାରିଖ ରୁ ଆରମ୍ଭ ହୋଇଥିବା ଏହି ଗଣନା ଏହା ଡିସେମ୍ବର ୧୮ତାରିଖ ପର୍ଯ୍ୟନ୍ତ ସର୍ଭେକ୍ଷଣ ଚାଲିବ।ଏହି ଜନଗଣନା କୁ ସଫଳ କରିବା ନିମନ୍ତେ ଆଇସିଏଆର (ଭାରତୀୟ କୃଷି ଗବେଷଣା ପରିଷଦ )ଓ ସିଏମଏଫଆରଆଇ (ସେଣ୍ଟ୍ରାଲ ମେରାଇନି ଫିସରିଜ ରିସର୍ଚ୍ଚ ଇନିଷ୍ଟଚ୍ୟୁଟ )ପକ୍ଷରୁ ୩ଦିନିଆଁ ତାଲିମ ନେବା ପରେ ଜନଗଣନା ରେ ସାମିଲ ହୋଇଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ୭ଜଣ ରୁ ଉର୍ଦ୍ଧ ଏହି ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି ବୋଲି ବ୍ରଜବନ୍ଧୁ ବେହେରା ସୂଚନା ଦେଇଛନ୍ତି। ୨୦୧୬ରେ ଏହି ମସ୍ଚ୍ୟଜୀବି ଗଣନା ହୋଇଥିଲା। ୫ବର୍ଷରେ ଥରେ ଏହି ଗଣନା ହେବା କଥା। କରୋନା ମହାମାରୀ ଯୋଗୁଁ ଏହା ୨୦୨୧ରେ ହୋଇ ପାରିନଥିଲା। ଏହି ସର୍ଭେକ୍ଷଣ ରେ ସାମୁଦ୍ରିକ ମସ୍ଚ୍ୟଜୀବି ଙ୍କ ପରିବାରର ଆର୍ଥିକ ସ୍ଥିତି, ସଦସ୍ୟ ସଂଖ୍ୟା, ଉପଲବ୍ଧ ଡ଼ଙ୍ଗା ଓ ଅନ୍ୟାନ୍ୟ ଯାନବାହନ ଆଦିର ତଥ୍ୟ ସଂଗ୍ରହ କରାଯିବ। ପୂର୍ବରୁ ସର୍ଭେ ପରେ ଅସ୍ତରଙ୍ଗ ଅଂଚଳର କିଛି ମସ୍ଚ୍ୟଜୀବି ଆନ୍ଦ୍ରରୁ ଥିବା ଅଭିଯୋଗ ହୋଇଥିଲା। ଏଥର ସର୍ଭେ ରେ ଉଭୟ ପଟେ ରହିଥିବା ମସ୍ଚ୍ୟଜୀବି ଙ୍କ ନାଁ ଗୋଟିଏ ରାଜ୍ୟରୁ କଟିବ। ଫଳରେ ମସ୍ଚ୍ୟଜୀବିଙ୍କର ଏକ ସ୍ୱଚ୍ଛ ତାଲିକା ପ୍ରକାଶ ପାଇବ। ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ବା ବିଭିନ୍ନ ସମୟରେ କ୍ଷତିପୂରଣ ଦେବାରେ ଆଉ ସମସ୍ୟା ହେବ ନାହିଁ ବୋଲି କୁହାଯାଇଛି।


