ମାଣବସା ଗୁରୁବାର ପାଇଁ ବଜାର ଗହଳି : ପୂଜା ସାମଗ୍ରୀ ଦୋକାନରେ ଭିଡ଼
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ରାତି ପାହିଲେ ମାର୍ଗଶିର ମାସର ଗୁରୁବାର। ଧନଦାତ୍ରୀ ମା ‘ଲକ୍ଷ୍ମୀଙ୍କ ଆରାଧନା ପାଇଁ ଆରମ୍ଭ ହୋଇଯାଇଛି ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତ। ଏଥିପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ ମଙ୍ଗଳବାର ସାପ୍ତାହିକ ହାଟ ରେ ପୂଜା ସାମଗ୍ରୀ ଦୋକାନ ରେ ଭିଡ଼। ପୂଜାରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ଆଣି ବ୍ୟବସାୟୀ ମାନେ ପସରା ଖୋଲିବା ଶହ ବିକ୍ରି ମଧ୍ୟ କରିଥିଲେ। ଧାନ କେଣ୍ଡା ରୁ ଆରମ୍ଭ କରି ଦୁବ, ବରକୋଳି ପତ୍ର, ପର୍ଯ୍ୟନ୍ତ ସବୁ ପ୍ରକାର ପୂଜା ସଜ ବିକ୍ରି ହେଉଛି। ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ମୁଖ୍ୟ ବଜାର ରେ ମାର୍ଗଶିର ଗୁରୁବାର ପାଇଁ ନୂଆ ଧାନ, ଚାଉଳ ଦୋକାନ ବସିଛି। ମା ଲକ୍ଷ୍ମୀ ଙ୍କ ପୂଜାରେ ଲାଗୁଥିବା ଜିନିଷ ଆଣି ବିକ୍ରି କରୁଛନ୍ତି। ପୂଜାରେ ଲାଗୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଧାନ କେଣ୍ଡା, ନୂଆ ଧାନ, ଅରୁଆ ଚାଉଳ, ପଦ୍ମ ଫୁଲ, ଖଣ୍ଡ ହଳଦୀ, ଗନ୍ଧା, କଦଳୀ ପତ୍ର, ଆମ୍ବ ପତ୍ର, ବରକୋଳି ପତ୍ର, ଦୁବ ଘାସ, ଅକ୍ଷୁର୍ଣ୍ଣ ଗୁଆ, କୋଶା ଫଳ, ହରିଡ଼ା, ଝୁଣା, ଗଙ୍ଗା ଜଳ, କଉଡ଼ି, ଗୋଟା ବିରି, ଗେଣ୍ଡୁ ଫୁଲ, ଆଖୁ, କରମଙ୍ଗା, ପେନ୍ଥା ଧାନ ଭଳି ଅନେକ ଜିନିଷ ବିକ୍ରି ହେଉଛି। ଏହା ବ୍ୟତୀତ ମାଣବସା ପୂଜାରେ ଆବଶ୍ୟକ ହେଉଥିବା ଶେର, ମାଣ, ପିଢା, ଖଟୁଲି, ମୁରୁଜ, ଝୋଟି ପକାଇବା ଛାଞ୍ଚ ମଧ୍ୟ କିଣିବାକୁ ଗ୍ରାହକ ଙ୍କ ଭିଡ଼ ଦେଖିବାକୁ ମିଳୁଛି। ମା ‘ଲକ୍ଷ୍ମୀ ଙ୍କ ପୂଜାରେ ଏହି ସମସ୍ତ ସାମଗ୍ରୀ ଜରୁରୀ ଥିବାରୁ ଲୋକମାନେ ଏହାକୁ କିଣୁଛନ୍ତି। ଏହାର ମୂଲ୍ୟ ଭିନ୍ନ ଭିନ୍ନ ରହିଛି। ଧାନ କେଣ୍ଡା ୧୦ଟଙ୍କା ରୁ ଆରମ୍ଭ ହୋଇ ୪ଶହ ଟଙ୍କା, ପଦ୍ମ ଫୁଲ ୨୦ଟଙ୍କା, ଅରୁଆ ଚାଉଳ ୫୦ଟଙ୍କା ରୁ ଆରମ୍ଭ, ଗୋଟା ବିରି ୧୬୦ଟଙ୍କା, ଗେଣ୍ଡୁ ଫୁଲ କିଲୋ ୩୫୦ଟଙ୍କା ରୁ ୪୦୦ଟଙ୍କା ବିକ୍ରି ହେଉଛି। ବ୍ୟବସାୟୀ ମାନେ ବିଭିନ୍ନ ସ୍ଥାନରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ଗୁରୁବାର ପାଇଁ ଅସ୍ତରଙ୍ଗ ରେ ପସରା ଖୋଲିଛନ୍ତି। ଯେହେତୁ ମାର୍ଗଶିର ମାସ ମା ‘ଲକ୍ଷ୍ମୀ ଙ୍କ ପୂଜା। ଏହି ମାସରେ ମା ଙ୍କୁ ଆରାଧନା କଲେ ଗୃହକୁ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଗୁରୁବାର ପୂଜା ହେତୁ ମଙ୍ଗଳବାର ସାପ୍ତାହିକ ହାଟ ଓ ବଜାର ବେଶ ଭିଡ଼ ଦେଖିବାକୁ ମିଳିଥିଲା।ଯାହାକୁ ନେଇ ବଜାର ରୁ ସବୁ ସାମଗ୍ରୀ କିଣିବାକୁ ପଡୁଛି ବୋଲି ଗୃହିଣୀ ସତ୍ୟବ୍ରତୀ ପଣ୍ଡା କହିଛନ୍ତି।


