ସଂକ୍ରାନ୍ତି ନୁହେଁ ମାସର ଶେଷ ରବିବାର ବଜାର ବନ୍ଦ ନିଷ୍ପତ୍ତି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୈନିକ ପରିବା ବଜାରରେ ଏଥି ପୂର୍ବରୁ ସବୁ ସଂକ୍ରାନ୍ତିରେ ବନ୍ଦ ରହୁଥିଲା. ଏନେଇ ସହରର ବୁଦ୍ଧିଜୀବୀ ମହଲରେ ଜିଲ୍ଲା ପ୍ରଶାସନ ନିକଟରେ ସଂକ୍ରାନ୍ତି ଦିନ ବନ୍ଦ ନ କରିବା ପାଇଁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ ପାରଳାଖେମୁଣ୍ଡି ପୌର ଅଧିକାରୀଙ୍କୁ ଏହି ଦାୟିତ୍ୱ ଦେଇଥିଲେ। ପୌରପାଳିକା ଅଧ୍ଯକ୍ଷା ନିର୍ମଳା ସେଠି ଏବଂ କାର୍ଯ୍ୟ ନିର୍ବାହୀ ଅଧୂକାରୀ ଲକ୍ଷ୍ମଣ ମୁର୍ମୁଙ୍କ ଅଧ୍ଯକ୍ଷତାରେ ଏନେଇ ବିବାଦର ସମାଧାନ ପାଇଁ ଏକ ବୈଠକ ଆୟୋଜିତ ହୋଇଥିଲା. ବୈଠକରେ ସମସ୍ତଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା କରାଯାଇ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଦୈନିକ ବଜାର ସଂକ୍ରାନ୍ତି ଦିନରେ ପରିବା ବିକ୍ରି ବନ୍ଦ ନ କରି ପ୍ରତ୍ୟେକ ମାସ ଶେଷ ରବିବାର ପରିବା ବିକ୍ରି ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଥିଲା. ପାରଳାଖେମୁଣ୍ଡିର ପରିବା ବ୍ୟବସାୟୀ ଓ ଅଭିଯୋଗକାରୀ ଆଇନଜୀବୀ ରାମ ନାୟକ, ବସନ୍ତ ପଣ୍ଡା, ପ୍ରଣାଜ ପଟ୍ଟନାୟକ, ବିବେକାନନ୍ଦ ଗନ୍ତାୟତ, ଟିଲୁ ହୋତା, କୃଷ୍ଣ ବେହେରା, ସନ୍ତୋଷ ପଟ୍ଟନାୟକ, ବିରଞ୍ଚି ମିଶ୍ର ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


