ଦିଗପହଣ୍ଡି କୋର୍ଟରେ ଶହୀଦ ଦିବସ ପାଳିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶୁକ୍ରବାର ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି। ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ ର ମୂଖ୍ୟ କିରାଣୀ ପ୍ରଦୀପ କୁମାର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ବରିଷ୍ଠ ଦେୱାନୀ ବିଚାରପତି ତଥା ଆଇନ ସହାୟତା କମିଟିର ଅଧ୍ୟକ୍ଷା ମହାଶ୍ୱେତା ପରିଜା ମୂଖ୍ୟ ଅତିଥି ଏବଂ ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଦେଶ ମାତୃକାର ସେବା ଓ ସୁରକ୍ଷା ସମେତ ସ୍ବାଧୀନତା ସଂଗ୍ରାମ ସମୟରେ ଜୀବନକୁ ବଳିଦାନ ଦେଇ ଶହୀଦ ହୋଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀ, ଭଗତ୍ ସିଂ, ଚନ୍ଦ୍ର ଶେଖର ଆଜାଦ, ସୁଖଦେବ ରାଜଗୁରୁଙ୍କ ସମେତ ଅନ୍ୟ ଶହୀଦ ମାନଙ୍କ ସ୍ମୃତି ଚାରଣ କରାଯିବା ସହ ସେହି ମହାନ୍ ଆତ୍ମା ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ସରକାରୀ ଓକିଲ ହେମନ୍ତ କୁମାର ପାଣିଗ୍ରାହୀ,ବିଜୟ କୁମାର ପ୍ରଧାନ,ଆଇନଜୀବି ହରପ୍ରସାଦ ରଥ,ମନୋରଞ୍ଜନ ପଣ୍ଡା, କୋର୍ଟ କର୍ମଚାରୀ ଶିବରାମ ସାହୁ,ସସ୍ମିତା ମହାରଣା,ଅଞ୍ଜଳି ମହାରଣା,ଅଶ୍ଵିନୀ କୁମାର ପଟ୍ଟନାୟକ,ସଂଗ୍ରାମ କୁମାର ପଣ୍ଡା,ପ୍ରଦୀପ କୁମାର ପୁରୋହିତ,ପପୁନ ମହାରଣା,ପିଲଚୁ ହେମ୍ବ୍ରମ,ରୁଦ୍ର ପ୍ରସାଦ ତାଣ୍ଡିଆ, ନିରଞ୍ଜନ ଶବର,କେ. ନୋକିଆ ଓ କୋର୍ଟ ଏଏସଆଇ ଦିଲ୍ଲୀପ କୁମାର ଗୋରଡ଼ା,କନେଷ୍ଟବଳ ପ୍ରଭାକର ସାହୁ,ସୁଦାମ ବେହେରା ଙ୍କ ସମେତ ଅନ୍ୟାନ୍ୟ କୋର୍ଟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।


