ମାରୱାଡ଼ି ଯୁବ ମଞ୍ଚର ଥଣ୍ଡାପାନୀୟ ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି): ଭଦ୍ରକ ମାରୱାଡ଼ି ଯୁବ ମଚଂ ପକ୍ଷରୁ ଆଜି ବନ୍ତ ବ୍ଲକ ଆଗରପଡ଼ା ଠାରେ ଥଣ୍ଡା ପାନୀୟ ବଣ୍ଟନ କରାଯାଇଛି । ଯୁବ ସମାଜସେବୀ ବିଷ୍ଣୁ ଗୁପ୍ତାଙ୍କ ତତ୍ୱାବଧାନରେ ସାମ୍ବାଦିକ ହେମନ୍ତ ସିଂହ, ସ୍ତମ୍ଭକାର ସୁବୋଧ କୁମାର ସାହୁ ,ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ଶିକ୍ଷକ ପଞ୍ଚାନନ ପୃଷ୍ଟି, ଜଗନ୍ନାଥ ମଲ୍ଲିକ୍ ପ୍ରମୁଖ ଉଦ୍ଘାଟନୀ କାର୍ଯ୍ୟରେ ଉପସ୍ଥିତ ରହି ଯୁବ ମଞ୍ଚର ମହନୀୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ଥଣ୍ଡା ପାନୀୟ ବଣ୍ଟନ ପରି ସାମାଜିକ କାର୍ଯ୍ୟ ପ୍ରତି ସମସ୍ତେ ଆଗ୍ରହ ପ୍ରକାଶ କରିବା ଉଚିତ୍ ବୋଲି ମତ ରଖିଥିଲେ । ଏହି ଅବସରରେ ଶତାଧିକ ଲୋକଙ୍କୁ ଥଣ୍ଡାପାନୀୟ ବଣ୍ଟନ କରାଯାଇଥିଲା ।