ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କଟକରେ ବ୍ୟାପକ ପ୍ରସ୍ତୁତି

କଟକ (ଓ୍ବାଇଏନଏସ): ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କଟକରେ କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି । କଟକ ସହରରେ ହନୁମାନ ଜୟନ୍ତୀ ଓ ହନୁମାନ ଧ୍ବଜା ଶୋଭାଯାତ୍ରା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ କଟକ ଡିସିପି ଋଷିକେଶ ଖିଲାରି ସୂଚନା ଦେଇଛନ୍ତି । ଏହାସହ ନିଶା ଦ୍ରବ୍ୟ ସେବନ କରି ରାସ୍ତାଘାଟରେ ଗଣ୍ଡଗୋଳ ନ କରିବାକୁ ଅପିଲ କରିଛନ୍ତି କଟକ ଡିସିପି । ହନୁମାନ ଜୟନ୍ତୀ ଓ ଶୋଭାଯାତ୍ରା ପାଇଁ ସହରର ସମସ୍ତ ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି କହିଛନ୍ତି । ଶୋଭାଯାତ୍ରା ରୁଟ୍‌ରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ର‌ହିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ