ପ୍ରସୂତି ନର୍ସିଂହୋମ୍ ମୁହାଁ :-ଅପବ୍ୟୟ ହେଉଛି ଆୟୁଷ୍ମାନ ଟଙ୍କା
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୧୫ଗୋଟି ପଂଚାୟତ ଜନ ସାଧାରଣ ନିର୍ଭର କରିଥାନ୍ତି।କିନ୍ତୁ ପ୍ରତି ନିର୍ବାଚନ ଆସିଲେ ମାଳ ମାଳ ପ୍ରତିଶ୍ରୁତି ଦେଇ ନେତା ଯାଆନ୍ତି। କିନ୍ତୁ ଜିତିବା ପରେ ସ୍ଥାନୀୟ ସମସ୍ୟା କୁ ଭୁଲିଯାଆନ୍ତି। ଏମିତିକି ବିଧାୟକ, ସାଂସଦ କିମ୍ବା ବ୍ଲକ ଅଧକ୍ଷା। ନିର୍ବାଚନ ପରେ ସ୍ଥାନୀୟ ଲୋକ ଙ୍କ ମୁଖ୍ୟ ସମସ୍ୟା ଫାଇଲି ତଳେ ରହିଯାଇଥାଏ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଙ୍କ ଅଭାବ ରହିଥିବାରୁ ଅନେକ ରୋଗୀ ଅନ୍ୟତ୍ର ମେଡିକାଲ କିମ୍ବା ନିକଟସ୍ଥ ନର୍ସିଂହୋମ୍ ଉପରେ ନିର୍ଭର କରୁଛନ୍ତି। ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ପାଇଁ ସୁରକ୍ଷିତ ପ୍ରସବ ଲାଗି ହସ୍ପିଟାଲ ରେ ବ୍ୟାପକ ଭିତ୍ତିଭୂମି ଥିଲେ ମଧ୍ୟ ମୁଖ୍ୟ ସମସ୍ୟା ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ନାହାନ୍ତି। ଯାହା ଫଳରେ କିଛି ଡକ୍ଟର ଓ କର୍ମଚାରୀ ମାନେ ନର୍ସିଂହୋମ୍ ନେଇଯାଅ ବୋଲି କହି ଦାୟିତ୍ୱ ଖସାଇ ଦେଉଛନ୍ତି। ପ୍ରସବ ପରବର୍ତ୍ତୀ ସମୟରେ ମା “ଓ ନବଜାତଙ୍କର ଚିକିତ୍ସା ପାଇଁ ସରକାରୀ ସୁବିଧା ଥିଲେ ମଧ୍ୟ ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବାରୁ ଅନେକ ପ୍ରସୂତି ନିକଟସ୍ଥ ନର୍ସିଂହୋମ କୁ ଯାଉଛନ୍ତି। ପ୍ରତି ମାସରେ ୧୫ରୁ ଅଧିକ ପ୍ରସୂତି ଆସୁଥିଲେ ମଧ୍ୟ ଅଧିକାଂଶ ସ୍ଥାନାଂତର କରାଯାଉଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଜରୁରୀ ସମୟରେ କେହି ପ୍ରସୂତି ଗଲେ ଜଟିଳ ସ୍ଥିତି ଆଳ ଦେଖାଇ ଅନ୍ୟତ୍ର ନେଇଯାଅ ବୋଲି ଡକ୍ଟର ଓ ସ୍ୱାସ୍ଥ୍ୟ କର୍ମୀ ଦାୟିତ୍ୱ ସାରୁଛନ୍ତି। ତେବେ ନର୍ସିଂହୋମ ପଠାଇବା ପଛରେ ରାକେଟ କାମ କରୁଛି ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ଆୟୁଷ୍ମାନ କାର୍ଡ ହିତାଧିକାରୀ ତାଲିକାରେ ଥିବା ପ୍ରସୂତି ଙ୍କୁ ନର୍ସିଂହୋମ ପଠାଇ ଦିଆଯାଉଥିବାର ସୂଚନା ମିଳିଛି। ଏଥିରେ ନର୍ସିଂହୋମ ମାଲିକ ମାନେ ଲାଭବାନ ହେଉଛନ୍ତି। ଗାଇନିକ ଡାକ୍ତର ନଥିବାରୁ ପ୍ରସୂତି ମାନେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିରାଶ ହୋଇ ଫେରୁଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ।


