ମାତେଶ୍ୱରୀ ଜଗଦମ୍ବାଙ୍କ ସ୍ମୃତିଦିବସ

ଆସିକା (ୱାଇଏନ୍‍ଏସ୍‍): ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ଓ ମୁଖ୍ୟ ପ୍ରଶାସିକା ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୬୦ତମ ଅବ୍ୟକ୍ତ ସ୍ମୃତିଦିବସ ପାଳିତ ହୋଇଯାଇଛି । କଳିଙ୍ଗରୋଡ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ତପସ୍ୟାଧାମର ମୁଖ୍ୟ ସଂଚାଳିକା ଲିଲି ଭଉଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜଯୋଗ ଉପରେ ଆଲୋଚନା କରାଯାଇଥିଲା ବେଳେ ମୁଖ୍ୟ ଅତିଥି ରୂପେ ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ଦାଶ ଓ ଆସିକା ତହସିଲର ଉପବିଭାଗୀୟ ଅଧିକାରୀ କିରଣ କୁମାର ପାଢୀ ଯୋଗଦେଇ ମାତେଶ୍ୱରୀ ଜଗଦମ୍ବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶ୍ୱକଲ୍ୟାଣ ପାଇଁ ଓମ୍‍ ଧ୍ୱନୀ ଉଚ୍ଚାରଣ ପୂର୍ବକ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯୀଇଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆସିକା ତପସ୍ୟାଧାମ ପକ୍ଷରୁ ଅନୁଷ୍ଠିତ ମାତେଶ୍ୱରୀ ଜଗଦମ୍ବାଙ୍କ ଅବ୍ୟକ୍ତ ସ୍ମୃତିଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟନାରାୟଣ ନାୟକ, ମନୋଜ ବିଶ୍ୱାଳ, ଚିତ୍ତରଂଜନ ରାଉତ, ସୁଦାମ ବିଶ୍ୱାଳ, ପ୍ରଦୀପ ପାତ୍ର, ରାମନାରାୟଣ ପାଢୀ, ସଂଗ୍ରାମ ନାହାକ, କୈଳାଶ ପୋଲାଇ, ସିମାଂଚଳ ପୋଲାଇ, ସନାତନ ପାଢୀ, ବ୍ରହ୍ମାକୁମାରୀ ସୁଜାତା ପୋଲାଇ, ସସ୍ମିତା ନାହାକ, ପରି ପ୍ରଧାନ, ସାଗରିକା ପ୍ରଧାନ, ପ୍ରେମଲତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିଜିବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ