କେନ୍ଦ୍ରାପଡାରେ ମାଟ୍ରିକ ପରୀକ୍ଷା: ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଲେ୧୯ହଜାର ୪୮୯ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲାର ୧୦୭ଟି ପରୀକ୍ଷା କେନ୍ଦ୍ରରେ ଆଜି ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି ୧୯ହଜାର ୪୮୯ଜଣ ଛାତ୍ରଛାତ୍ରୀ। ୧୯ହଜାର ୨୨୧ଜଣ ଆଜି ବାର୍ଷିକ ମାଟ୍ରିକ ପରୀକ୍ଷାର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୧୮୯୯୩ଜଣ ପରୀକ୍ଷା ଦେଇଥିବା ବେଳେ ୨୮୮ଜଣ ଅନୁପସ୍ଥିତ ଥିଲେ। ୨୬୩ଜଣ ମଧ୍ୟମା ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୨୧୫ଜଣ ପରୀକ୍ଷା ଦେଇଥିବା ବେଳେ ୪୮ଜଣ ଅନୁପସ୍ଥିତ ଥିଲେ। ସେହିପରି ଓପନସ୍କୁଲର ୨୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସମସ୍ତ୨୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସର୍ବମୋଟ ୧୯ହଜାର ୭୭୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ହଜାର ୪୮୯ଜଣ ପରୀକ୍ଷା ଦେଇଥିବା ବେଳେ ୩୩୬ଜଣ ଅନୁପସ୍ଥିତ ଥିଲେ। ଆଜି ଜିଲାର କୈାଣସି ପରୀକ୍ଷା କେନ୍ଦ୍ରରେ କପି କରି କେହି ଧରାପଡିନଥିବା ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ଠାରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ