ଆରମ୍ଭ ହେଲା ମାଟିକ୍ର ପରୀକ୍ଷା, ପ୍ରଥମ ଦିନରେ ଅନୁପସ୍ଥିତ ରହିଲେ ୩୫ ଜଣ ଛାତ୍ର/ଛାତ୍ରୀ
ଛତ୍ରପୁର,(ଓ୍ବାଇଏନଏସ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପ୍ରର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ମାତୃଭାଷା ଓଡିଆ ପରୀକ୍ଷା ଅନୁ ିତ ହୋଇଥିଲା । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା ଲଗାଯାଇଛି । ପରୀକ୍ଷାରେ କପି ରୋକିବା ନେଇ ବୋର୍ଡ ପକ୍ଷରୁ ସେଟ୍ରାଂଲ ସ୍କ୍ୱାର୍ଡ ଗଠନ ହେବାସହ ଜିଲା ଶିକ୍ଷାଧିକାରୀ ଓ ଜିଲାପାଳଙ୍କ ପକ୍ଷରୁ ଫ୍ଲାଇଂ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି । ପରୀକ୍ଷାକେନ୍ଦ୍ରକୁ କାହାରିକୁ ଫୋନ ନେବା ଉପରେ କଟକଣା କରାଯାଇଛି । ଛତ୍ରପୁର ବ୍ଲକରେ ୧୧ଟି କେନ୍ଦ୍ରରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମାଟ୍ରିକ ପରୀକ୍ଷାର୍ଥୀ ସହ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସମସ୍ତ ପ୍ରଶ୍ନପତ୍ର ଓ ଉତର ଖାତାକୁ ସୁରକ୍ଷା ବଳୟରେ ରଖାଯାଇଛି । ଏହି ଅବସରରେ ଛତ୍ରପୁରରେ ଅନୁ ିତ ୧୧ଟି ପରୀକ୍ଷାରେ କେନ୍ଦ୍ର ମଧ୍ୟରୁ ଛତ୍ରପୁର ସ୍ଥିତ ପିଏମଶ୍ରୀ ଅନସ୍ଲୋ ସ୍କୁଲ ଓ ବାଳିକା ବିଦ୍ୟାଳୟକୁ ଗଞ୍ଜାମ ଜିଲାପାଳ ଭି.କିର୍ତି ଭାସନ ପରିଦର୍ଶନ କରିବା ସହ ସ୍ଥିତି ଯାଂଚ କରିଥିଲେ । ପରୀକ୍ଷା କେନ୍ଦ୍ର ସଠିକ ଭାବେ ପରିଚାଳନା ହୋଇଛି କି ନାହିଁ କେନ୍ଦ୍ରରେ ଛାତ୍ର/ଛାତ୍ରୀମାନଙ୍କ ପାଇଁ ସୁବିଧା ରହିଛକି ନାହିଁ ତାହା ଦେଖିଥିଲେ । ପରୀକ୍ଷାକେନ୍ଦ୍ର ଗୁଡିକ କଡାନଜରରେ ରଖାଯିବା ସହ ପୁଲିସ ମୁତୟନ ହୋଇଛନ୍ତି ଏହା ସହ ଗଞ୍ଜାମ ଜିଲାରେ ଛାତ୍ର/ଛାତ୍ରୀମାନେ କିପରି ଭଲ କରିବେ ଶୁଭେଛା ଜଣାଇଥିଲେ । ଜିଲାପାଳଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ବିଇଓ ସୁଜିତ କୁମାର ପାଢୀ ଉପସ୍ଥିତ ଥିଲେ । ଆଜି ପ୍ରଥମ ଦିନରେ ୧୧ଟି କେନ୍ଦ୍ରରେ ୨୨୮୩ ଜଣ ପରୀକ୍ଷା ଦେବାକୁ ଥିବା ବେଳେ ୨୨୪୮ ଜଣ ପରୀକ୍ଷା ଦେଇଥିବା ବେଳେ ୩୫ଜଣ ଅନୁପସ୍ଥିତ ରହିଥିଲେ । ୧୭ ଜଣ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଛାତ୍ର/ଛାତ୍ରୀ ରହିଥିବା ବେଳେ ୧୮ ଜଣ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ(ଏସଓଏସସି) ପରିକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଆସନ୍ତା ୨୧ ରେ ଇଂରେଜି ପରକ୍ଷୀ ରହିଛି ।


