ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ବିଶ୍ୱ ମାତୃଦିବସରେ ମାତୃବନ୍ଦନା

କଟକ (ଓ୍ବାଇଏନଏସ): ସାରସ୍ୱତ ଅନୁଷ୍ଠାନ,ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ବିଶ୍ୱ ମାତୃଦିବସ ଉପଲକ୍ଷେ ମାତୃପୁଜନ , କବି ମାନଙ୍କର ମାତୃବନ୍ଦନା ବେସ ହୃଦୟସ୍ପର୍ଶି ଓ ସ୍ନେହ ମମତାରେ ମାର ପଣତକାନି ସତେ ଯେପରି ସନ୍ତାନର ମଥାଉପରେ ଥାଇ ଆଶିଷ ଅଜାଡି ଦେଉଥିଲା ପରି ମନେହେଉଥିଲା ।ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଠା କବି ଅକ୍ଷୟ କୁମାର ବଳଙ୍କ ଉପନ୍ୟାସ ଅମରପ୍ରେମର ପାଠକାର୍ପଣ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି କୈଳାସ ଚନ୍ଦ୍ର ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ସଭାପତି ଡଃପଣ୍ଡିତ ଚୈତନ୍ୟ କୁମାର ସାହୁ ଉଦଘାଟନ କରିଥିଲେ ।ମୁଖ୍ୟଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡଃଗୋବିନ୍ଦ ଚନ୍ଦ୍ର ଚାନ୍ଦ,ମୁଖ୍ୟବକ୍ତା ଭାବେ ପ୍ରଫେସର ଆଦିତ୍ୟ ପ୍ରତାପ ଧଳ,ସମ୍ମାନୀୟ ଅତିଥି ଭାବେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଓ ଆଇନଜୀବି ପତିତପାବନ ମହାପାତ୍ର ଯୋଗଦେଇ ଉପନ୍ୟାସ ପୁସ୍ତକକୁ ପାଠକାର୍ପଣ କରିଥିଲେ । ଏହି ଅବସରରେ ଓଡିଆ ଭାଷା ସାହିତ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁଶ୍ରୀ ମେଘା ମହାରଣା,ଅଙ୍କିତା ସାହୁ,ଶ୍ରେୟାଶ୍ରୀ ସ୍ୱାଇଁ,ଅନିଶା ମହାନ୍ତି,ମାମାଲି ରାଉଳ,ବର୍ଷା ଦଣ୍ଡପାଟ,ଅନନ୍ୟା ପରିଡା,ଉପାସନା ସ୍ୱାଇଁଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । କବୟତ୍ରୀ ତିଳୋତମା ପାଣିଗ୍ରାହୀ ଓ ଡଃବସନ୍ତ କୁମାରୀ ନନ୍ଦଙ୍କ ସଂଯୋଜନାରେ ବିନୋଦିନି ମିଶ୍ର,ସଂଯୁକ୍ତା ଦାଶ,ଛବିରାମ ସେଠୀ,ଅଂଜଳି ସାହୁ,ସୁରେନ୍ଦ୍ର ମହାପାତ୍ର,ପ୍ରଭାକର ଦାସ,ଶ୍ରୀବତ୍ସ ବିଶ୍ୱାଳ,ପ୍ରୀତିରଂଜନ ଦାସ,ବଂଶୀଧର ମହାପାତ୍ର,ସରୋଜକାନ୍ତ ରଥ,ବସନ୍ତ କୁମାର ସାହୁ,ସ୍ୱାଗତ କୁମାର ଦାଶ,କ୍ଷୀରୋଦ କୁମାର ଜେନା,ରୁକ୍ମଣୀ ସିଂହ,ଅଶ୍ୱିନୀ କୁମାର ସେଠୀ,ସଚ୍ଚିଦାନନ୍ଦ କର,ନିରୁପମା ନାୟକ,ମନୋରଂଜନ ବଳ,ଆରାଧ୍ୟା ବଳ,ଆଶିଷ ରଂଜନ ଦାଶ,ଆଶୁତୋଷ ପରିଡା,ଶ୍ୱେତା ଶୁଭଦର୍ଶିନୀ ବିଶୋଇ,ବ୍ରଜବଂନ୍ଧୁ ପୃଷ୍ଟି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ କବି ରାଜିବ କୁମାର ଷଡଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଲେଖକ ଅକ୍ଷୟ କୁମାର ବଳ ପୁସ୍ତକ ସଂପର୍କରେ ଅଭିବ୍ୟକ୍ତି ରଖିଲେ । ମୁଖ୍ୟବକ୍ତା ପୁସ୍ତକ ସମିକ୍ଷା କରିଥିଲେ । କବି ମହେନ୍ଦ୍ର ସାହୁ ଭାଷା ସାହିତ୍ୟ ପ୍ରତିଭାବାନ ଛାତ୍ର/ଛାତ୍ରୀ ମାନଙ୍କୁ ଚୟନ କରିଥିଲେ । କବି ମନୋରଂଜନ ପଣ୍ଡା କବିତା ସମିକ୍ଷା କରିଥିଲେ । କବି ଆଦିତ୍ୟ ରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ