ମୌଦା ପ୍ରିମିୟର ଲିଗ ସିଜିନ -୨ କ୍ରିକେଟ ଉଦଘାଟିତ
ହାଟଡିହି (ଓ୍ବାଇଏନଏସ): ସଢା ପଞ୍ଚାୟତ ମୌଦା ଗ୍ରାମରେ ନେତାଜୀ ୟୁଥ୍ କ୍ଲବ ପକ୍ଷରୁ ‘ମୌଦା ପ୍ରିମିୟର ଲିଗ’ ସିଜିନ – ୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏଥିରେ ୪ଟି ଦଳ ଭାଗ ନେଇଛନ୍ତି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଜେପି ନେତା ଆଲୋକ ସେଠୀ, ବାଙ୍ଗାଲୋରର ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟର ଫାଉଣ୍ଡର ଏବଂ ସଭାପତି ଧନେଶ୍ୱର ମହାନ୍ତି ନେଲୁର ବାଙ୍ଗାଲୋରର ଦୁର୍ଗାପୂଜା କମିଟିର ସଭାପତି ଲକ୍ଷ୍ମୀଧର ମଲ୍ଲିକ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଜିର ଉଦଘାଟନ ମ୍ୟାଚ ଜବାନ ସୁପର କିଙ୍ଗ ସହିତ ରାଜୁ ୱାରୀଅର ମଧ୍ୟରେ ଖେଳାଯାଇଥିଲା । ରାଜୁ ୱାରୀଅର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭରରେ ୪୨ ରନ କରିଥିଲା। ତାର ଜବାବରେ ଜବାନ ସୁପର କିଙ୍ଗ ୫ ଓଭରରେ ୪ଉଚ୍ଚକୋଟ ହରାଇ ଆବଶ୍ୟକରନ ସଂଗ୍ରହ କରି ବିଜୟୀ ହେଇଥିଲା । ମଣ୍ଟୁ ପାଣିଗ୍ରାହୀ ଏବଂ ମଣ୍ଟୁ କୁମାର ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିଲେ | ରାଧେଶ୍ୟାମ ଜେନା, ଅରୁଣ କୁମାର ଜେନା , ଜବାନ ନାୟକ , ଆମର ରାଉତ , ରୁଦ୍ରସାଇ ରାଉତ, ମୁନା ଜେନା, ଫାଙ୍ଗୁ ଜେନା , ଧୁନୀ ଜେନା , ଟିମା ଜେନା , ମିହିର ନାୟକ , ସିପୁନ ରାଉତ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରୁଛନ୍ତି।


