ମଉଳା ଭଣଜା ଓ କୁଣ୍ଡେଶ୍ୱର ଶୈବପୀଠରେ ତ୍ରିବେଣୀ ଯାତ୍ରା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଶୈବ ପୀଠ ଓ କୁଣ୍ଡେଶ୍ୱରର ତ୍ରିଲୋଚନେଶ୍ୱର ଶୈବପୀଠରେ ତ୍ରିବେଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁଣ୍ଡେଶ୍ୱରସ୍ଥିତ ଅଳକା ନଦୀ ପଠାରେ ପଂଚୁ ଦୋଳ ମେଳଣ ହେବା ସହ ଅଳକା ନଦୀରେ ଠାକୁରମାନେ ସ୍ନାନ କରିଥିଲେ। ଠାକୁରମାନଙ୍କର ସ୍ନାନ ସରିବା ପରେ ବହୁ ଶ୍ରଦ୍ଧାଳୁ ଉକ୍ତ ନଦୀରେ ବୁଡ ପକାଇଥିଲେ। ସେହିପରି ମଉଳା ଭଣଜା ଶୈବପୀଠରେ କୋରୁଅ, ଡେରିକି, ଗଙ୍ଗଦା, ଉର ଗ୍ରାମରୁ ଚାରି ଦୋଳ ବିମାନକୁ ଗଙ୍ଗଦାହାଟରୁ ଶୋଭାଯାତ୍ରାରେ ନିଆଯାଇଥିଲା। ଯଥାରୀତି ପୂର୍ବକ ପୂଜାବିଧି କରାଯିବା ସହ ୪ ଦୋଳଙ୍କୁ ମେଳଣ କରାଯାଇଥିଲା। ଏହି ତ୍ରିବେଣୀ ଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ