ଭାରସାମ୍ୟ ହରାଇ ଓଲଟିଲା ମାକ୍ସପିକଅପ, ଅଳ୍ପକେ ବଞ୍ଚିଲା ଚାଳକ

କଲ୍ୟାଣସିଂହପୁର-(ଏଙ୍କେଟେଶ୍ୱର ପାଢ଼ୀ)ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କାର୍ଲାକଣା ଛକ ରେ ଭାରସାମ୍ୟ ହରାଇ ଓଲଟିଲା ମାକ୍ସପିକଅପ  ଅଳ୍ପକେ ବଞ୍ଚିଲା ଚାଳକ। ମାକ୍ସପିକଅପ ଗାଡି ନମ୍ୱର   ଓଡ଼ି ୧୮ଏଲ୧୬୪୧ ଭୋର ସକାଳୁ କଲ୍ୟାଣସିଂହପୁର ରୁ ରାୟଗଡା ଅଭିମୁଖେ ଯାଉଥିଲା ଉକ୍ତ ଗାଡ଼ିଟି ହଠାତ ଭାରସାମ୍ୟ ହରାଇ କାର୍ଲାକଣା ବୁଲାଣି ନିକଟରେ ଓଲଟି ପଡ଼ିଥିଲା।  ଦୁର୍ଘଟଣା ସମୟରେ ମାକ୍ସପିକଅପ ଗାଡ଼ିରେ ଡ୍ରାଇଭରସମେତ ଅନ୍ୟ ଦୁଇ  ୨ଜଣ ଖାଲସି ବସି ଥିଲେ । ସେମାନଙ୍କୁ ସାମାନ୍ୟ ଆହତ ହେଇଥିବା ଦେଖିବାକୁ ମିଳିଛି। ପ୍ରତକ୍ଷ୍ୟ ଦର୍ଶୀଙ୍କ କହିବା ଅନୁଯାୟୀ କଲ୍ୟାଣସିଂହପୁର ର ଜଣେ ବ୍ୟବସାୟୀ ଭି ଗୌରୀଶଙ୍କର ଙ୍କ ମ୍ୟାକ୍ସ ପିକ୍ ଅପ୍ ଭ୍ୟାନ ରାସନ୍ ଜିନିଷ ଆଣିବା ନିମନ୍ତେ ରାୟଗଡା ଅଭିମୁଖେ  ଦୃତ ଗତିରେ ଯାଉଥିବା ବେଳେ କାର୍ଲାକଣା ଛକର  ଏକ ବୁଲାଣୀରେ ଗାଡ଼ିକୁ ଆୟତ୍ତ କରି ନପାରି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ଗ୍ରସ୍ତ ଗାଡିରେ ଚାଳକ ସମେତ ତିନି ଜଣ ସଦସ୍ୟ ଗାଡିରେ ବସିଥିଲେ। ତିନ ଜଣ ବ୍ୟକ୍ତିଙ୍କୁ ସାମାନ୍ୟ ଆଘାତ ହୋଇ ରାୟଗଡା ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ରହିଥିବା ଅଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ