“ମା” ପାଇଁ ଗଚ୍ଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମେୟର ସୁବାସ ସିଂ
କଟକ, (ଓ୍ବାଇଏନଏସ): କଟକ ବେଲଭିଉ ଛକଠାରେ ଥିବା ଗାନ୍ଧୀ ପାର୍କ ଠାରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ନେତୃତ୍ୱରେ କଟକ ମହାନଗର ନିଗମ ଦ୍ୱାରା ମା ପାଇଁ ଗଚ୍ଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ମହାନଗର ନିଗମ ଅଞ୍ଚଳରେ ବାୟୁ ପ୍ରଦୂଷଣ କୁ ନିୟନ୍ତ୍ରଣ କରିବା, ସହରକୁ ସ୍ଵଛ ଓ ସବୁଜମୟ କରିବା, ସହରର ଜନସାଧାରଣ ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବା ସହିତ ବୃକ୍ଷ ରୋପଣ କଲେ ସଭିଙ୍କୁ ସ୍ଵଛ ଓ ନିର୍ମଳ ଅମ୍ଳଜାନ ମିଳିପାରିବ। ଏହି ଉଦ୍ଦେଶ୍ୟ ନେଇ ମା ପାଇଁ ଗଚ୍ଛଟିଏ କାର୍ଯ୍ୟକ୍ରମ ଜରିଆରେ କଟକ ମହାନଗର ନିଗମ ପକ୍ଷରୁ ବୃକ୍ଷ ରୋପଣ ର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତେକ ପରିବାର ଦ୍ୱାରା ନିଶ୍ଚିତ ରୁପେ ନିଜ ନିଜ ମା ଙ୍କ ନାମରେ ଗୋଟେ ବୃକ୍ଷରୋପଣ କରିବା ପାଇଁ ମାନ୍ୟବର ମେୟର ପ୍ରତେକ ଜନସାଧାରଣ ଙ୍କୁ ନିବେଦନ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମାନ୍ୟବର କଟକ ମେୟର ଶ୍ରୀ ମେୟର ସୁବାସ ସିଂହ ଙ୍କ ସହିତ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ , ସ୍ଥାନୀୟ କର୍ପୋରେଟର ଆରତି ସାହୁ ,ଯୁଗ୍ମ ଆୟୁକ୍ତ ଶ୍ରୀ ବରନେନ୍ଦୁ ମହାନ୍ତି , ଉପ ଆୟୁକ୍ତ ତ୍ରିନାଥ ବେହେରା , ଶ୍ରୀ ସୁବ୍ରତ କୁମାର ଭାରତୀ , ଶ୍ରୀ ଲୋକନାଥ ଶୁକ୍ଲା, ଦେବେନ୍ଦ୍ର ସାହୁ , ଶ୍ରୀ ସୁବୋଧ ସେଠୀ, ପି.କେ. ଶଙ୍କର , ତନ୍ମୟ କର୍ମଚାରୀ , ସ୍ଥାନୀୟ ଅଞ୍ଚଳ ର ବହୁ ଯୁବବର୍ଗ ,ପ୍ରମୁଖ ଅଂଶଗ୍ରହଣ କରିଥିଲେ।