ପାରିଶ୍ରମିକ ବୃଦ୍ଧି ଦାବିରେ ଏମ୍ବିକେ ଓ ସିଆରପିଙ୍କ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ମିଶନ ଶକ୍ତି ଯୋଜନାରେ କାର୍ଯ୍ୟରତ ଏମ୍ବିକେ ଓ ସିଆରପିମାନଙ୍କ ପକ୍ଷରୁ ଆର୍ଥିକ ପାରିଶ୍ରମିକ ବୃଦ୍ଧି ପାଇଁ ମଙ୍ଗଳବାର ବିଡିଓ ନିରଞ୍ଜନ ପରିଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଅନୁସାରେ ମହିଳା ସ୍ୱୟଂ ସହାୟୀକା ଦଳର ବୈଠକ ମାସକୁ ଏକାଧିକ ବାର ହେଉଥିବା ବେଳେ ଏମ୍ବିକେ ମାନଙ୍କୁ ଆର୍ଥିକ ପାରିଶ୍ରମିକ ମାତ୍ର ୧ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି ପାରିଶ୍ରମିକକୁ ୩ ହଜାର ଟଙ୍କାକୁ ବୃଦ୍ଧି କରିବା। କାର୍ଯ୍ୟରତ ସିଆରପିମାନେ ସ୍ୱୟଂ ସହାୟୀକା ଦଳର ବ୍ୟାଙ୍କ ତଥ୍ୟ ଅପଲୋଡ କରିବା ପାଇଁ ୫ ଶହ ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉଛି। ଏହି ପାରିଶ୍ରମିକ ରାଶି ୧ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବିପତ୍ରରେ ଦର୍ଶାଇଛନ୍ତି। ଉକ୍ତ ଦାବିପତ୍ରକୁ ବିଡିଓଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ,ଜଗତସିଂହପୁର,ଡିପିଏମ,ଓଏଲଏମ,ଜଗତସିଂହପୁର, ବିପିଏମ ନାଉଗାଁ ଆଦିଙ୍କୁ ଅବଗତ କରାଯାଇଛି। ଏହି ଦାବିପତ୍ରକୁ ଏମ୍ବିକେ ବିଜୟଲକ୍ଷ୍ମୀ ସ୍ୱାଇଁ, ବିଜୟଲକ୍ଷ୍ମୀ ମହାନ୍ତି, ସୁଚିତ୍ରା ସ୍ୱାଇଁ,ସଂଧ୍ୟାରାଣୀ ପରିଡା, ପ୍ରତିମା ପରିଡା, ସିଆରପି ସସ୍ମିତା ସ୍ୱାଇଁ ଆଦି ପ୍ରଦାନ କରିଛନ୍ତି।

 
             
						 
						 
						 
						 
						 
						
