ଗୋପାଳପୁର ପୋର୍ଟ ଓ ଆଇଆରଇଏଲ କମ୍ପାନୀରେ ମକଡ୍ରିଲ

ଛତ୍ରପୁର (ଓ୍ବାଇଏନଏସ) ; ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ ଓଡିଶା ସରକାରଙ୍କ ପକ୍ଷରୁ ସମଗ୍ର ଓଡିଶାବାସୀଙ୍କ ଜନଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆଜି ସାରା ଭାରତ ବର୍ଷରେ ମକଡ୍ରିଲ ମଧ୍ୟ କରାଯାଇଛି । ଯୁଦ୍ଧ ସମୟରେ କିଛି ବିପର୍ଯ୍ୟୟ ପଡିଲେ କିପରି ଜନଜୀବନ ସୁରକ୍ଷିତ କରାଯାଇପାରିବ ସେନେଇ ଏକ ମକ୍ରଡିଲ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଇଛି । ସନ୍ଧ୍ୟା ଠିକ୍ ୪ ଟା ସମୟରେ ଛତ୍ରପୁର ବ୍ଲକର ଗୋପାଳପୁର ପୋର୍ଟ ଓ ଆଇଆରଇଏଲ କମ୍ପାନୀ ସମ୍ମୁଖରେ ଏହି ମକଡ୍ରିଲ କରାଯାଇଥିବା ବେଳେ ସାଇରନ ବାଜିବା ମାତ୍ରକେ କିପରି ଲୋକେ ସୁରକ୍ଷିତ ରହିପାରିବେ, ଜରୁରୀକାଳୀନ ଅବସ୍ଥାରେ ଆହାତ ବ୍ୟକ୍ତିଙ୍କୁ କିପରି ଆମ୍ବୁଲାନ୍ସ ମାଧ୍ୟମରେ ଉଦ୍ଧାର କରାଯାଇପାରିବ, ହଠାତ୍ ନିଆଁ ଲାଗିଲେ କିପରି ଦମକଳ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇପାରିବ ସେନେଇ ଆଜି ମକଡ୍ରିଲ କରାଯାଇଥିଲା । ଜିଲ୍ଲା ପ୍‌ôଶାସନ, ଅଗ୍ନିଶ୍ରମ ବିଭାଗ, ପୋଲିସ୍ ପ୍ରଶାସନ, କମ୍ପାନୀ କର୍ତ୍ତୁପକ୍ଷ ଓ ସ୍ଥାନୀୟ ବାସିନ୍ଦା ମାନେ ସାମିଲ ହୋଇ ଏହି ମକଡ୍ରିଲ ମଧ୍ୟରେ ସଚେତନ କରିଥିଲେ । ଆଇଆରଇଏଲ କମ୍ପାନୀ ପରିସରରେ ଆୟୋଜିତ ଏହି ମକଡ୍ରିଲ ରେ ଛତ୍ରପୁର ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ, ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଅଗ୍ନିଶ୍ରମ ବିଭାଗର କର୍ମଚାରୀ ସନ୍ତୋଷ କୁମାର ନାୟକ, ଆଇଆରଇଏଲ କମ୍ପାନୀରେ କାର୍ଯ୍ୟରତ ପୁର୍ବତନ ସେନା କର୍ମଚାରୀ ଡି. ଆର. ସାମନ୍ତ, ଆଇଆରଇଏଲର କମ୍ପାନୀ କର୍ତ୍ତୁପକ୍ଷ ମାନେ ସାମିଲ ହୋଇଥିବା ବେଳେ ଗୋପାଳପୁର ପୋର୍ଟ ପରିସରରେ ଆୟୋଜିତ ଏହି ମକଡ୍ରିଲରେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ, ଆର୍ଯ୍ୟପଲ୍ଲୀ ଥାନାଧିକାରୀ ବିଦ୍ୟା ଭାରତୀ ନାୟକଙ୍କ ସମେତ କମ୍ପାନୀ କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ମକଡ୍ରିଲ ସଫଳତାର ସହ ଶେଷ ହୋଇଛି । ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲୀ, ମାଟିଖାଲ ସ୍ଥିତ ଆଇଆରଇଏଲ କମ୍ପାନୀ ଓ ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟରେ ଏହି ମକଡ୍ରିଲକୁ ପ୍ରଶାସନ ପକ୍ଷରୁ ସଫଳତାର ସହ କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ଦେବଦତ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୌଣସି ଆପତ୍ତଃ କାଳୀନ ସ୍ଥିତିରେ ଯେପରି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ, ସାଇରନ ଶବ୍ଦ ଶୁଣି କେହି ଯେପରି ଭୟଭୀତ ନ ହୋଇ ସହାଗ ହୋଇ ରହିବେ ତାହା ହିଁ ଏ ହି ମକଡ୍ରିଲର ଉଦ୍ଦେଶ୍ୟ ବୋଲି ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ