ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପରୀକ୍ଷଣ, ଉପକରଣ ବଣ୍ଟନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତସ୍ଥିତ ମହତାବ ମଇ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଡାକ୍ତରୀ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶାରିରୀକ, ମାନସିକ, ପକ୍ଷାଘାତ, ଶ୍ରବଣ ବାଧିତ ଛାତ୍ରଛାତ୍ରୀ ମାନଙ୍କର ଡାକ୍ତରୀ ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ଉପସ୍ଥିତ ରହି ପରୀକ୍ଷଣ କାର୍ଯ୍ୟ ତୁଲାଇଥିଲେ । ଶିବିରରେ ୧୧୪ ଛାତ୍ରଛାତ୍ରୀଙ୍କର ପରୀକ୍ଷଣ କରାଯାଇ ୨୬ ଜଣଙ୍କୁ ଉପକରଣ ବଣ୍ଟନ କରାଯାଇଥିଲା । ସମ୍ବଳ ଶିକ୍ଷୟିତ୍ରୀ ଟୁନାବାଳା ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରରେ ସ୍ୱେଚ୍ଛାସେବୀ ସତ୍ୟ ନାରାୟଣ ଦାଶ, ଆଶୁତୋଷ ଲେଙ୍କା, ଆଶାଲତା ନାୟକ, ମହେଶ୍ୱତା ଲେଙ୍କା, ବିଷ୍ଣୁ ନାରାୟଣ ପରିଡା, ଲକ୍ଷ୍ମୀଧର ସେଠୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ