ମେଡ଼ିକାଲ ସୁପରିଟେଣ୍ଡଙ୍କ ଛତ୍ରପୁର ବଦଳି

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡ ଡାକ୍ତର ଗୋପବନ୍ଧୁ ବେହେରାଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ ସଂଖ୍ୟା ୧୦୨୬୫, ତାରିଖ ୧୦/୦୬/୨୦୨୫ ପ୍ରକାରେ ବଦଳି ହୋଇ ତୁରନ୍ତ ସେହି ଜୁନ ୧୦ ତାରିଖ ଦିନ ଅପରାହ୍ନରେ ଛତ୍ରପୁର ଏସ.ଡି.ଏଚ. ରେ ସହକାରୀ ଡାକ୍ତର ଭାବେ ନିଯୁକ୍ତି ହୋଇଛନ୍ତି। ପୋଲସରା ମେଡିକାଲରେ ଗତକାଲି ମାଳତେନ୍ତୁଳିଆ ଗ୍ରାମର ଜଣେ ମହିଳାଙ୍କ ବିଦ୍ୟୁତ ଆଘାତରେ ମୃତ ଓ ଦୁଇ ଜଣ ଆହାତ ହୋଇଥିବା ବେଳେ ଡାକ୍ତର ଗୋପବନ୍ଧୁ ବେହେରା ଉପସ୍ଥିତ ନଥିବା ବେଳେ ସେହି ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାରର ଆହତ ଲୋକଙ୍କ ସହିତ ଦିର୍ଘ ସମୟ ଧରି ଆଲୋଚନା ପରେ ଡାକ୍ତର ବେହେରା ଆସିଥିଲେ। ଏହାଦେଖି ମନ୍ତ୍ରୀ ଡାକ୍ତରଙ୍କୁ ତାଗିଦ୍ କରିବା ସହ ଏହିପରି ଅନେକ ଥର ମଧ୍ୟ ତାଗିଦ୍ କରିଥିଲେ ମଧ୍ୟ ମେଡିକାଲର କୈାଣସି  ସୁଧାର ଆସିନଥିଲା। ଏହାକୁ ନେଇ ମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳ ଓ ବିଭାଗୀୟ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଯାହା ଫଳରେ ଡାକ୍ତର ଗୋପବନ୍ଧୁ ବେହେରାଙ୍କୁ ଛତ୍ରପୁର ବଦଳି ହୋଇଥିବା ବେଳେ ପୋଲସରା ମେଡିକାଲରେ କାର୍ଯ୍ୟରତ ଡାକ୍ତର ସାୟଦ ଇକବାଲ ହୁସେନଙ୍କୁ ସୁପରିଟେଣ୍ଡ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଆଗାମୀ ଦିନରେ ଯଦି କୈାଣସି ବିଭାଗୀୟ ଅଧିକାରୀ ଏହିପରି ଅବହେଳା କରନ୍ତି ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ