ଘୋଡାହାଡ଼ ପାଣି ପଞ୍ଚାୟତ ପକ୍ଷରୁ ବୈଠକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଚଳିତ ବର୍ଷ ରବି ଫସଲ ଚାଷ ସମ୍ବନ୍ଧୀୟ ଏକ ଆଲୋଚନା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ପାଣି ପଞ୍ଚାୟତ ସଭାଗୃହ ରେ ଆୟୋଜିତ ବୈଠକରେ ଜଳସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ , ସହକାରୀ ଯନ୍ତ୍ରୀ ଇଂ. କ୍ଷୀରୋଦ ବେହେରା , ଇଂ. କିଶୋର ଚନ୍ଦ୍ର ପାତ୍ରଙ୍କ ସମେତ ୨୧ ଟି ପାଣି ପଞ୍ଚାୟତର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଓ ଚାଷୀ ବୃନ୍ଦ ଉପସ୍ଥିତ ଥିଲେ । ଚଳିତ ବର୍ଷ ଘୋଡାହାଡ ଡ଼୍ୟାମ ସେଚାଞ୍ଚଳ ର ୧୨୦୦ ହେକ୍ଟର ଚାଷଜମିରେ ରବି ଫସଲ ନିମନ୍ତେ ଜଳସେଚନ ବିଭାଗ ପକ୍ଷରୁ ଚାଷ ଜମିକୁ ପାଣି ଯୋଗାଇବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତେବେ ଚଳିତବର୍ଷ ଚିନାବାଦାମ ଓ ଆଖୁ ଚାଷ କରିବା ପାଇଁଁ ବହୁ ସଂଖ୍ୟକ ଚାଷୀ ଇଚ୍ଛା ପ୍ରକାଶ କରିଥିବାରୁ ଡ଼୍ୟାମ ରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ଛଡ଼ାଯିବା ଚାଷୀମାନେ ବୈଠକରେ ମତପ୍ରକାଶ କରିଥିଲେ । ଶୁକ୍ରବାର ସୁଦ୍ଧା ଘୋଡାହାଡ ଜଳଭଣ୍ଡାରରେ ୧୧୭.୬୮ ମିଟର ତଥା ୯୯.୦୮ ପ୍ରତିଶତ ଜଳ ଗଚ୍ଛିତ ଅଛି ବୋଲି ଉପ ନିର୍ବାହୀ ଯନ୍ତ୍ରୀ କହିଥିଲେ । ଏହି ବୈଠକରେ ପୂର୍ବତନ ସରପଞ୍ଚ ତଥା ପାଣି ପଞ୍ଚାୟତ ଶୀର୍ଷ କମିଟି ପୂର୍ବତନ ସଭାପତି ବିଦ୍ୟାଧର ମହାପାତ୍ର , ପାଣି ପଞ୍ଚାୟତ ନିରଞ୍ଜନ ପାଣିଗ୍ରାହୀ , ନକୁଳ ପ୍ରଧାନ , ଦିବାକର ପାତ୍ର , ଭୂଷଣ ପ୍ରଧାନ , ସୀତାରାମ ପାତ୍ର , କୁନା ପ୍ରଧାନ ସମେତ ବହୁ ଚାଷୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଘୋଡ଼ାହାଡ଼ ଜଳସେଚନ କାର୍ଯ୍ୟାଳୟ କର୍ମଚାରୀ ପ୍ରଦୀପ କୁମାର ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।


