ବରିଷ୍ଠ ନାଗରିକଙ୍କ ଭରଣପୋଷଣ କଲ୍ୟାଣ ଅଧିନିୟମ ସଚେତନତା କର୍ମଶାଳା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :ଜନସେବା ଦିବସ ଅବସରରେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୂଲ୍ୟରେ ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଅଧିନିୟମ- ୨୦୦୭ ସମ୍ପର୍କରେ ଏକ ସଚେତନତା ସଭା ଓସ୍ତପୁର ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ, ସହକାରୀ ଏଲଏଡିସିଓ ଦେବାଶିଷ ସାହୁ, ଓସ୍ତପୁର ସରପଞ୍ଚ ପ୍ରସନ୍ନ ରାଉତ ପ୍ରମୁଖ ଯୋଗଦେଇ ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଅଧିନିୟମ- ୨୦୦୭ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହେରା ଅଧ୍ୟକ୍ଷତା କରିଥିଲେ। ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଦୀପ୍ତା ମହାପାତ୍ର ସଭା ସଂଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କନିଷ୍ଠ ସହାୟକ ସହସ୍ରାଂଶୁ କୁଣ୍ଡୁ ଓ କାର୍ଯ୍ୟକ୍ରମ ସହକାରୀ କ୍ରୀଷ୍ଣା ଜ୍ୟୋତିପ୍ରକାଶ ଦାସ, ଓସ୍ତପୁର ପିଇଓ ସୂର୍ଯ୍ୟମଣୀ ଟୁଡୁ ଓ ଜିଆରଏସ ସ୍ୱପ୍ନା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


