ମହାଶିବରାତ୍ରୀ ଉପଲକ୍ଷେ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, ୧୪/୨ : ମହାଶିବରାତ୍ରୀ ଉପଲକ୍ଷେ ବ୍ରହ୍ମପୁରର ଆରାଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା କାର୍ଯ୍ୟସୂଚୀ ପରିଚାଳନା କମିଟି ତରଫରୁ ସ୍ଥିର କରାଯାଇଛି । ପ୍ରାତଃ ୩ ଘଣ୍ଟା ୩୦ ମିନିଟ୍ ସମୟରେ ଦ୍ୱାର ଖୋଲା, ମଙ୍ଗଳ ଆଳତୀ ଓ ରୁଦ୍ରାଭିଷେକ ହେବା ପରେ ପ୍ରାତଃ ୪ ଘଣ୍ଟା ୩୦ ମିନିଟ୍ ଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ସଂଧ୍ୟା ୬ ଘଣ୍ଟା ୨୦ ମିନିଟ୍ ଠାରୁ ଅ‌ହରାତ୍ର ୧୨ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯିବ । ମଧ୍ୟରାତ୍ର ୧୨ ଘଣ୍ଟା ୪୦ ମିନିଟ୍ ଠାରୁ ଶୃଙ୍ଗାର ବେଶ, ରୁଦ୍ରାଭିଷେକ ସହ ଆଳତୀ ଅନୁଷ୍ଠିତ ହେବ । ରାତ୍ର ୧ ଘଣ୍ଟା ୨୦ ମିନିଟ୍ ସମୟରେ ମହାଦୀପ ପ୍ରଜ୍ବଳନ (ଉଠିବା) ସହ ବେଢ଼ା ପରିକ୍ରମା କରାଯିବ । ପରେ ରାତ୍ର ୨ ଘଣ୍ଟା ୧୫ ମିନିଟ୍ ସମୟରେ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମିତ୍ତ ସ୍ଥିର କରାଯାଇଛି । ଭକ୍ତ ଏବଂ ଆଞ୍ଚଳିକ ସର୍ବସାଧାରଣଙ୍କ ଅନୁରୋଧ କ୍ରମେ ମହାପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପଥରରେ ନିର୍ମାଣ ନିମନ୍ତେ ସ୍ଥିର କରାଯାଇଅଛି । ଆସନ୍ତା ତା.୧୬ ମାର୍ଚ୍ଚ ୨୦୨୬ (ସୋମବାର) ଦିନ ଜୀର୍ଣ୍ଣ ପ୍ରାସାଦ  ଭଗ୍ନ ନିମନ୍ତେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ ଏବଂ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପୂଜାରୀବୃନ୍ଦଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ଏହା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ଓ ଟ୍ରଷ୍ଟ ପକ୍ଷରୁ ସ୍ଥିର କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ