ଖଣ୍ଡୁଆଳ ସମାଜର ବୈଠକ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକର ସୁଣ୍ଡୁରା ଠାରେ ଖଣ୍ଡୁଆଳ ସମାଜ ର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡୁଆଳ ସମାଜ ର ସଭାପତି ରମାକାନ୍ତ ଡାଙ୍ଗୁଆ ଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ବୈଠକ ରେ ଗୋପାଳ ଚନ୍ଦ୍ର ନାଏକ, ଯୁଧିଷ୍ଠିର ନାଏକ, ବୃନ୍ଦାବନ ନାଏକ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଖଣ୍ଡୁଆଳ ସମାଜ ର କର୍ମକର୍ତ୍ତା ମାନେ ତାଙ୍କ ବକ୍ତବ୍ୟରେ କହିଲେ ପୂର୍ବରୁ ଖଣ୍ଡୁଆଳ ସମାଜ ରହିଥିବା ପ୍ରଥା ପରମ୍ପରା ଆଧୁନିକତାର ଛାପ ଆସିବା ପରେ କିଛି ପ୍ରଥା ପରମ୍ପରା ରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ସେହି ପ୍ରଥା ପରମ୍ପରା କୁ ପୁଣିଥରେ ସମାଜ ରେ ଲାଗୁ କରିବା ପାଇଁ  ସମସ୍ତ ଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କରିବା ସହିତ। ବିଭିନ୍ନ ସ୍ଥାନରେ ରହିଥିବା ଖଣ୍ଡୁଆଳ ମାନଙ୍କ ମଧ୍ୟରେ ରହିଥିବା ଦୂରତାକୁ ପୁଣିଥରେ କିପରି ଥରେ ଏକାଠି କରିବା ପାଇଁ ସମାଜର ବରିଷ୍ଠ କାର୍ଯ୍ୟକ୍ରତା ମାନଙ୍କୁ ଏକାଠି କରିବା ପାଇଁ ପ୍ରୟାସ ଏକାନ୍ତ ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ତା ସହିତ ପୂର୍ବ ପୁରୁଷ ରୁ ରହିଥିବା ପର୍ବପର୍ବାଣୀ ଠାରୁ ଆରମ୍ଭ କରି ପ୍ରଥା ପରମ୍ପରା କୁ ସଂଘ ବୋଧ ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କର ସହମତି ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଏହି ବୈଠକରେ ଶତାଧିକ ଖଣ୍ଡୁଆଳ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ