ନାଉଗାଁ ବ୍ଳକର ଗାଁ ସାଥୀଙ୍କ ବୈଠକ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ସାଧୁଗୋସ୍ୱାମୀ ପୀଠରେ ଗାଁ ସାଥୀର ବ୍ଳକ ସଭାପତି ତଥା ରାଜ୍ୟ କମିଟିର ସଭ୍ୟ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଗାଁ ସାଥୀମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଏହି ବୈଠକରେ ରାଜ୍ୟ ସରକାରଙ୍କ ଚିଠି (ନଂ-୨୭୫୨ ତା ୩୦ ଜାନୁଆରୀ ୨୦୨୬)କୁ ନେଇ ଗାଁ ସାଥୀମାନଙ୍କ ପାଇଁ ହୋଇଥିବା ଚିଠି ଉପରେ ଆଲୋଚନା କରାଯାଇଥିଲା। ଚିଠି ଅନୁସାରେ ସମସ୍ତ ଗାଁ ସାଥୀଙ୍କ ନାମ କିପରି ଏନଆରଇଜିଏ ସପ୍ଟ ରେ ରହିବ ସେ ବିଷୟରେ ଆଲୋକପାତ କରାଯାଇଥିଲା। ପରେ ଏପ୍ରସଙ୍ଗରେ ବିଡିଓ ନିରଞ୍ଜନ ପରିଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବ୍ଳକରେ ଥିବା ସମସ୍ତ ଗାଁସାଥୀଙ୍କର ତଥ୍ୟ ଭେରିଫିକେଶନ ପରେ ତାଲିକାଭୂକ୍ତ କରାଯିବ ବୋଲି ବିଡିଓ ନିରଞ୍ଜନ ପରିଡା ମତବ୍ୟକ୍ତ କରିଥିଲେ। ଉକ୍ତ ବୈଠକରେ ଚୁମୁକି ଗିରି,ମାମିଲତା ପରିଡା, ଶାରଦା ପ୍ରସନ୍ନ ଆଚାର୍ଯ୍ୟ,ଅଭିମନ୍ୟୁ ବିଶ୍ୱାଳ,ଶିତାଂଶୁ ଶେଖର ମହାପାତ୍ର, ପୁଷ୍ପଲତା ମୁଦୁଲି, କାଂଚନବାଳା ମୁଦୁଲି, ସୁଧାରାଣୀ ପରିଡା,ସଂଧ୍ୟାରଣୀ ପରିଡାଙ୍କ ସମେତ ଶତାଧିକ ଗାଁସାଥୀ ଯୋଗ ଦେଇଥିଲେ।


