ଜମିପଟ୍ଟା ପ୍ରଦାନ ଦାବିରେ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ
ନାଉଗାଁ,(ଓ୍ବାଇଏନଏସ): ଭୂମିହୀନ ସ୍ୱାର୍ଥ ସୁରକ୍ଷା ସଂଗ୍ରାମ କମିଟି ପକ୍ଷରୁ ଭୂମିହୀନମାନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଏକ ସ୍ମାରକପତ୍ର ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲଦାର ଅକ୍ଷୟ କୁମାର ବଡୁଙ୍କୁ ସୋମବାର ପ୍ରଦାନ କରାଯାଇଛି। ଉକ୍ତ ତହସିଲ ଅଧିନରେ ଥିବା ବିଭିନ୍ନ ଗ୍ରାମରୁ ୩୦ରୁ ଉର୍ଦ୍ଧ୍ୱ ଭୂମିହୀନ ଜମିପଟ୍ଟା ପାଇଁ ଦୀର୍ଘଦିନ ହେବ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏଯାବତ୍ ପଟ୍ଟା ପ୍ରଦାନ କରାଯାଇନାହିଁ। ତେଣୁ ଯଥା ଶୀଘ୍ର ଆବେଦନକାରୀଙ୍କୁ ପଟ୍ଟା ପ୍ରଦାନ ପାଇଁ କମିଟିର ସଭାପତି ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ କମିଟିର ସଦସ୍ୟ ମନୋଜ କାଣ୍ଡି, ମକର ମୁଦୁଲି, ରେକେଶ ଦାସ, କପିଳ କାଣ୍ଡି, ଛବିନ୍ଦ୍ର ଭୋଇ, ଗୋବିନ୍ଦ ବାଘ, ଲକ୍ଷ୍ମୀଧର ମୁଦୁଲି, ନୀଳାଂଚଳ ବେହେରା, ରଘୁନାଥ ଭୋଇ, ପ୍ରତମା ଦାସ ଆଦି ତହସିଲଦାରଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଭୂମିହୀନମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ବଡୁ ସଦସ୍ୟମାନଙ୍କୁ ପ୍ରତିଶୃତି ପ୍ରଦାନ କରିଛନ୍ତି।