ଭୀମିହିନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ
ନାଉଗାଁ (ଓ୍ବାଇଏନଏସ): ଭୂମିହୀନମାନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଭୂମିହୀନ ସ୍ୱାର୍ଥ ସୁରକ୍ଷା ସଂଗ୍ରାମ କମିଟି ପକ୍ଷରୁ ମଙ୍ଗଳବାର ଏକ ଦାବିପତ୍ର ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଶରତ କୁମାର ପରିଡାଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ବ୍ଳକର ୧୬ଟି ପଂଚାୟତରେ ୫୬ଜଣ ଭୂମିହୀନ ବ୍ୟକ୍ତି ରହିଥିବା ବେଳେ ଏପର୍ଯ୍ୟନ୍ତ ଜମି ପଟ୍ଟା ପାଇ ପାରି ନାହାନ୍ତି। ଯାହାଫଳରେ ବିଭିନ୍ନ ପ୍ରମାଣପତ୍ର ବାହାର କରିବାରେ ବାଧକ ଉପୁଜୁଛି। ଯଥା ଶୀଘ୍ର ଭୂମିହୀନ ବ୍ୟକ୍ତିଙ୍କୁ ଜମିପଟ୍ଟା ଯୋଗାଇ ଦେବା ପାଇଁ କମିଟି ପକ୍ଷରୁ ଦାବି କରାଯାଇଛି। ଉକ୍ତ ଦାବିପତ୍ରକୁ କମିଟିର ସଦସ୍ୟ ସୁବାସ ସ୍ୱାଇଁ, କାହ୍ନୁଚରଣ ଭୋଇ, ବାବାଜୀ ଚରଣ କାଣ୍ଡୀ, ବସନ୍ତ ଦାସ, ବାଦଲ ସାମଲ, ଛବି ଦାସ, କପିଳ କାଣ୍ଡୀ, ଲକ୍ଷ୍ମୀପ୍ରିୟା ନାୟକ, ଚଗଲୀ ମଲ୍ଲିକ, ବବୁଲ ଦାସ ଆଦି ପ୍ରଦାନ କରିଛନ୍ତି। ଯଥା ଶୀଘ୍ର ଉକ୍ତ ପ୍ରସଙ୍ଗରେ ଆଲୋଚନା କରାଯାଇ ପଟ୍ଟା ପ୍ରଦାନ କରାଯିବ ବୋଲି ଅତିରିକ୍ତ ତହସିଲଦାର ପରିଡା ସୂଚନା ପ୍ରଦାନ କରିଛନ୍ତି।