ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ପାରଳାଖେମୁଣ୍ଡି, 10/6(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଖ୍ରୀଷ୍ଟିଆନମାନଙ୍କ ଉପରେ ଘଟୁଥିବା ହତ୍ୟା, ଅତ୍ୟାଚାର ଆଦି ବନ୍ଦ କରିବା ସହ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଛି.  ଭାରତୀୟ ସମ୍ବିଧାନ ଦେଇଥିବା ଅଧିକାର ଅନୁସାରେ ସମସ୍ତ ଭାରତିୟ ଖ୍ରୀଷ୍ଟିଆନ ମାନଙ୍କୁ ସ୍ଵାଧୀନତାରେ ବଞ୍ଚିବା ନିମନ୍ତେ ସୁରକ୍ଷା ପ୍ରଦାନ କରିବା ପାଇଁ  ଗଜପତି ଜିଲ୍ଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି. ଏହି କାର୍ଯ୍ୟକ୍ରମରେ ଗଜପତି  ଜିଲ୍ଲା  ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ସଭପତି ପ୍ରମୋଦ ନିଶାନ୍ତ, ସମାଜସେବୀ ଆମୋଦ କୁମାର ବର୍ଦ୍ଧନ, ଗୁମ୍ମା ବାପିଷ୍ଟ ମଣ୍ଡଳୀର ଦିକନ ସୁସ୍ଥିର ଷଡ଼ଙ୍ଗୀ, ମିଳନ ନାୟକ ଏବଂ ଖ୍ରୀଷ୍ଟିଆନ ସଂଖ୍ୟାଲଘୁର ସମସ୍ତ ନେତାମାନେ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ