ତାରୁଣ୍ୟ ପତ୍ରିକା ପ୍ରତିଷ୍ଠାତା ଭାଗୀରଥି ସାହୁଙ୍କ ସ୍ମୃତିସଭା
ଆରଡି, (ଆଲୋକ ଚନ୍ଦ୍ର ନାୟକ) : ଭଦ୍ରକ ଜିଲ୍ଲା, ଧାମନଗର ବ୍ଲକର କୋଠାର କଲେଜ ରୋଡ଼ ନିକଟରେ ତାରୁଣ୍ୟ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ସ୍ବର୍ଗତ ଭାଗୀରଥି ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଭାଗୀରଥି ସ୍ମୃତି ସଂସଦର ସଭାପତି ବିଶିଷ୍ଟ ନାଟ୍ୟ ନିର୍ଦେଶକ ବାଦଲ ଶିକଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଉଚ୍ଚ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଧାମନଗର ପ୍ରତନିଧି ଶ୍ରୀଯୁକ୍ତ ଅଶୋକ କୁମାର ପୁହାଣ, ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ବିଶ୍ୱ ରଞ୍ଜନ ଦାସ, ବରଣ୍ୟ ଅତିଥିଭାବେ ରାମକୃଷ୍ଣମିଶନ କୋଠାର ର ସହ ସମ୍ପାଦକ ଶ୍ରୀମଦ ସ୍ୱାମୀ ବସୁପ୍ରଦା ନନ୍ଦଜୀ ମହାରାଜ, ସମ୍ମାନିତ ଅତିଥି ଭାବେ କାନ୍ତ ସାହିତ୍ୟ ପରିଷଦ ର ସଭାପତି ଶ୍ରୀଯୁକ୍ତ ରସାନନ୍ଦ ମହାପାତ୍ର, ଗବେଷକ ବିଭୁତି ଭୂଷଣ ସେନାପତି, ପଣ୍ଡିତ ଦୟାନିଧି ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ସାହୁଙ୍କ ର ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ସଂସଦ ତରଫରୁ ଆୟୋଜିତ ହୋଇଥିବା କବିତା ପାଠଉତ୍ସବ ରେ ତିରିଶରୁ ଉର୍ଦ୍ଧ କବି ସ୍ୱରଚିତ କବିତା ପାଠ କରିଥିଲେ । ତାଙ୍କ ସୁପୁତ୍ର ଅଧ୍ୟାପକ ଶ୍ରୀଧର ସାହୁଙ୍କ ସମ୍ପାଦିତ ତାରୁଣ୍ୟ ପତ୍ରିକାର ପୂଜା ସଂଖ୍ୟା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏବଂ ସଂସଦ ତରଫରୁ ବିଶିଷ୍ଟ ପାଲା ଗାୟକ ଶ୍ରୀଯୁକ୍ତ ଜଗନ୍ନାଥ ଧଳ, ଶିକ୍ଷାବିତ ନିତ୍ୟାନନ୍ଦ ମଲ୍ଲିକ, ମିଛ କବିତା ସାହିତ୍ୟ ସଂସଦର ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, ସେବିକା ତଥା ପୂର୍ବତନ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ନାୟକ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । କବିତା ପାଠ ଉତ୍ସବ କୁ ସଂଯୋଜନା କରିଥିଲେ ଅଧ୍ୟାପକ ଶୀଧେଶ୍ଵର ସାହୁ ଓ ସୁବାସ ଚନ୍ଦ୍ର ନାୟକ । ସଂସଦ ର କାର୍ଯ୍ୟକାରୀ ସଭାପତି ମାଖନ ଲାଲ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସଂସଦ ର ସମ୍ପାଦକ ଅଧ୍ୟାପକ ପ୍ରଭାତ ଧଳ, ଅଧ୍ୟାପକ ରବୀନ୍ଦ୍ର ପାଣିଗ୍ରାହୀ, ସତ୍ୟ ସୁନ୍ଦର ପାଢ଼ୀ, ବିଷ୍ଣୁ ଚରଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।