ହାଟଡିହି (ଓ୍ବାଇଏନଏସ): ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବୈକୁଣ୍ଠ ବେହେରାଙ୍କ ସ୍ମୃତିସଭା ବଞ୍ଚୋ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଦ୍ୱାନ କବି କୀର୍ତ୍ତନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଡକ୍ଟର ରାମଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ପ୍ରଫେସର ରମାକାନ୍ତ ନାୟକ ଯୋଗଦେଇ ସ୍ବର୍ଗତ ବୈକୁଣ୍ଠ ବେହେରାଙ୍କ ଜୀବନୀ ଉପରେ ଆଲୋକପତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଅକ୍ଷୟ କୁମାର ବରାଳ, ଡକ୍ଟର ଅଶୋକ ପୁହାଣ, କିଶୋର ଚନ୍ଦ୍ର ମିଶ୍ର, ସୁଧାଂଶୁ ରାଉତ, କୈଳାଶ ଚନ୍ଦ୍ର ବେହେରା, ଚତୁର୍ଭୁଜ ଜେନା, ସୁରେନ୍ଦ୍ର ପରିଡା, ହରିହର ସାମଲ, କାର୍ତ୍ତିକ ଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ମାଝୀଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ବୈକୁଣ୍ଠ ବେହେରା ଜଣେ ବିଦ୍ୱାନ,ବାଗ୍ମୀ, ଏବଂ ତାଙ୍କର ସାମାଜିକ ପ୍ରତିବଦ୍ଧତା ଖୁବ ସ୍ପଷ୍ଟ ଓ ସର୍ବାଦୌ ଗ୍ରହଣୀୟ ଥିଲା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଶିଶୁ ସାହିତ୍ୟିକ ରତ୍ନାକର ଦାସ ମଞ୍ଚ ସଂଯୋଜନା କରିଥିବା ବେଳେ ସତ୍ୟନାରାୟଣ ବେହେରା, କାର୍ତ୍ତିକେଶ୍ୱର ବେହେରା, ପ୍ରତିଭା ବେହେରା, ଅଜୟ କୁମାର ରାଉଳ, ସ୍ବର୍ଣ୍ଣପ୍ରଭା ବେହେରା, ରେତପ୍ରଭା ବେହେରା , ସୁବାସିନୀ ବେହେରା, କୁଳମଣି ବେହେରା , ସୂର୍ଯ୍ୟମଣୀ ବେହେରା , ଦେବାଶିଷ ବେହେରା , ସୁବାଶିଷବେହେରା , ସିପୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।