ବିଶିଷ୍ଟ ଶିକ୍ଷାବିତ ଚକ୍ରଧର ପୁହାଣଙ୍କ ସ୍ମୃତିସଭା

ହାଟଡିହି (ଓ୍ବାଇଏନଏସ): ଜଣେ ଆଦର୍ଶ ଶିକ୍ଷକ,  ଜଣେ ଅତୁଟ ସହୃଦୟ ବ୍ୟକ୍ତିତ୍ୱର ଅଧିକାରୀ ଥିବା ଆଇତିପୁର ଗ୍ରାମର ଶିକ୍ଷାବିତ ଚକ୍ରଧର ପୁହାଣଙ୍କ ସ୍ମୃତିସଭା ଆଇତିପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତିସଭାରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ପୂର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ଦୀପ୍ତି ରଞ୍ଜନ ଦାସ, ବିଶ୍ୱନାଥ ନାୟକ, ପ୍ରତାପ ଦେଓ, ରଞ୍ଜନ ପହି, ଜିଲ୍ଲା ବିଜେଡି ସମ୍ପାଦକ ବିରେନ୍ଦ୍ର ବିଶ୍ୱାଳ, ଯୁଧିଷ୍ଠିର ପାତ୍ର, ଆନନ୍ଦଚନ୍ଦ୍ର ମହାନ୍ତି, ବ୍ରଜ କିଶୋର ଜେନା, ବରଦା ପ୍ରସନ୍ନ ନାୟକ, ମୂଷା ପଣ୍ଡା, ଗଦାଧର ଦାସ, ବୈଲୋଚନ ରାଉତ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ଜେନା, ଶାଳଣିଆଁ ସମିତିସଭ୍ୟ ଦିବ୍ୟ ରଞ୍ଜନ ଜେନାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ସ୍ମୃତି ଚରଣ କରିଥିଲେ। ସେ ଏକା ଧାରରେ ଜଣେ ଆଦର୍ଶ ଶିକ୍ଷକ, ଦୃଢ଼ ସଂଗଠକ, ଉଦାରଚିତ ବ୍ୟକ୍ତି ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ପୁଅ ରଘୁନାଥ ପୁହାଣ, ସୌମିତ୍ରୀ ପୁହାଣ, ଟୁକୁନୁ ପୁହାଣ ଓ ସମସ୍ତ ପରିବାର ଲୋକେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ