ବିଚିତ୍ରାନନ୍ଦ ଦାସଙ୍କ ୧୫୦ତମ ଶ୍ରାର୍ଦ୍ଧବାର୍ଷିକୀ ଉପଲକ୍ଷେ ସ୍ମୃତିସଭା
ବିଂଝାରପୁର, (ଓ୍ବାଇଏନଏସ):ଯାଜପୁର ମାଟିର ଜଣେ ବିସ୍ମୃତ ପ୍ରତିଭା ହେଉଛନ୍ତି ଆଦିନେତା ବିଚିତ୍ରାନନ୍ଦ ଦାସ।ଓଡିଆ ଜାତୀୟ ଜୀବନର ସେ ଥିଲେ ପ୍ରଥମ ସ୍ଫୁଲିଙ୍ଗ,ପଥଦ୍ରଷ୍ଟା।ସେ ୧୮୨୭ ମସିହାରେ ଯାଜପୁର ଜିଲ୍ଲାର କଂଟାବଣିଆଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଆଜି ସେହି ଜନ୍ମ ସ୍ଥାନ କଂଟାବଣୀଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତାଙ୍କର ୧୫୦ ତମ ଶ୍ରାଦ୍ଧ ଦିବସ ଅଖିଳଚକ୍ର ଅନୁଷ୍ଠାନ ଆନୁକୂଲ୍ୟରେ ସ୍ମୃତିଚାରଣ ସଭା ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାଟିକୁ ପ୍ରଧାନଶିକ୍ଷକ କଳ୍ପତରୁ ସାମଲ ଉଦଘାଟନ କରି କହିଲେ ଯେ ଆଦିନେତାଙ୍କ ବହୁ ପ୍ରତିଭା ଓ ଓଡିଆ ଜାତି ପାଇଁ ତାଙ୍କ ତ୍ୟାଗକୁ ଯାଜପୁର ବାସୀ ସ୍ମରଣ କରୁ ନଥିବା ଦୁଃଖର ବିଷୟ। ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ତାଙ୍କର ପ୍ରାରମ୍ଭିକ ସୂଚନାରେ କହିଲେ ଯେ ଆଜି ଯେଉଁ ଓଡିଆ ଭାଷା ଭାଷୀଙ୍କୁ ନେଇ ସ୍ୱତନ୍ତ୍ର ପ୍ରଦେଶର ରୁପରେଖ,ଆମେ ଦେଖୁଛେଁ , ଯେଉଁ ଓଡିଆ ଭାଷାରେ ପାଠ୍ୟ ପୁସ୍ତକ ପଢୁଛେଁ ତାହା କେବଳ ଆଦିନେତାଙ୍କ ଜାତୀୟ ବିପ୍ଳବ ଯେ୍ାଗୁ ସମ୍ଭବ ହୋଇଛି। ଓଡିଆ ଜାତି ଓ ଭାଷା ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ। ମୁଖ୍ୟବକ୍ତା ଡଃ ଶ୍ରୀହରି ଧଳ କହିଲେ ଯେ ଓଡିଆ ଜାତିର ଉତଥାନ ପାଇଁ ବିଚିତ୍ରାନନ୍ଦ ସ୍ୱାଧିନତାର ବହୁ ପୁର୍ବରୁ ସେ ପ୍ରେରଣା ସୃଷ୍ଟି କରିଥିଲେ। ଆଜି ତାଙ୍କର ସ୍ୱପ୍ନ ବାସ୍ତବରେ ପୁର୍ଣ୍ଣ ରୂପେ ସାକାର ହୋଇ ପାରିନାହିଁ। ଏହା ବ୍ୟତିତ ସମ୍ମାନୀତ ଅତିଥି ଗୈାରାଙ୍ଗ ଚରଣ ସ୍ୱାଇଁ, ଶିକ୍ଷକ ନେତା ଦିଗମ୍ବର ସାହୁ,ଅନୁଷ୍ଠାନର ସହସ୍ଂପାଦକ ରବୀନ୍ଦ୍ର କୁମାର ପରିଡା,ଆଦିନେତା ଯୁବକସଂଘର ସଭାପତି ନିତ୍ୟାନନ୍ଦ ଦାସ,ଶିକ୍ଷକ ପ୍ରତାପ ଦେ , ଆବାହକ ସାମ୍ବାଦିକ ଅଜୟ କୁମାର ଦାସ ପ୍ରମୁଖ ଆଦିନେତାଙ୍କୁ ସାରା ଓଡିଶାବାସୀ ଯେଉଁପରି ସମ୍ମାନ ଜଣାଇବା କଥା ଓ ସରକାର ଯେଉଁପରି ସ୍ମୃତିରକ୍ଷା କରିବା କଥା ତାହା କରା ଯାଇ ନଥିବା ଅତୀବ ଦୁଃଖର ବିଷୟ। ସଭାପତି ପ୍ରାଧ୍ୟାପକ ରାଉତ କହିଲେ ଯେ ମଧୁବାବୁ ଗୋପବନ୍ଧୁ, ଗୈାରୀଶଙ୍କର ,ବ୍ୟାସକବି ଆଦି ମହାମନୀଷୀ ମାନେ ଦେଶ ମିଶ୍ରଣ ଆନ୍ଦୋଳନର ଯେଉଁ ପ୍ରେରଣା ଲାଭ କରି ଥିଲେ ତାହାର ଆଦ୍ୟପ୍ରବର୍ତକ ଥିଲେ ବିଚିତ୍ରାନନ୍ଦ ଦାସ। ସେ ପ୍ରଥମେ ଓଡିଆ ପାଠ୍ୟପୁସ୍ତକ ଛପାଇବା ଆରମ୍ଭ କରିଥିଲେ। ଓଡିଶାରେ ଓଡିଆ ସ୍କୁଲ ସ୍ଥାପନ, ରେଭେନ୍ସା କଲେଜ ଓ ସ୍କୁଲ ପ୍ରତିଷ୍ଠା ତାଙ୍କରି ଉଦ୍ୟମରେ ହୋଇଥିଲା। ନଅଙ୍କ ଦୁର୍ଭିକ୍ଷରୁ ଲୋକଙ୍କ ମୁହଁରେ ସେ ଦାନା ଦେଇଥିଲେ। ଜଳସେଚନ, ରେଳପଥ ଆଣିବାରେ ତାଙ୍କ ଅବଦାନ କହିଲେ ନସରେ। ଏହି ଅବସରରେ ତାଙ୍କ ସ୍ମୃତିକୁ ନେଇ କବି ଜୀତେନ୍ଦ୍ର କୁମାର ବେହେରା, ଯଯାତି କେଶରୀ ସାହୁ, ରାମଚନ୍ଦ୍ର ଦାଶ, ସୁବାସ ମହାପାତ୍ର, ସନ୍ତୋଷ ବେହୁରିଆ, ପ୍ରଭାତ କୁମାର ମଲ୍ଲିକ, ଗୁରୁଚରଣ ସାହୁ, ପ୍ରଦୀପ୍ତ କୁମାର ଦାସ, ଖଗେଶ୍ୱର ନାୟକପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଅଖିଳଚକ୍ର ସଦସ୍ୟ ମନୋରଂଜନ ଧଳ ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କ ଜନ୍ମ ସ୍ଥାନରେ ଖୁବ ଶୀଘ୍ର ଅଖିଳଚକ୍ର ପକ୍ଷରୁ ଏକ ପ୍ରତିମୂର୍ତି ସ୍ଥାପନ ହେବ ବୋଲି ଘୋଷଣା କରିଥିଲେ।