ବାରଣ୍ଡାରେ ଶୋଇ ରହିଛି ମାନସିକ ବିକୃତ ଯୁବକ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ୧୫ ଦିନରୁ ଉର୍ଦ୍ଧ୍ୱ ହେବ ଜଣେ ମାନସିକ ବିକୃତ ଯୁବକ ଠାକୁରାଣୀଙ୍କ ପୀଠସ୍ଥଳରେ ଥିବା ଏକ ଘରର ବାରଣ୍ଡାରେ ଶୋଇ ରହିଛି । ନଖାଇ ନପିଇ ଗୋଟିଏ ସ୍ଥାନରେ ଶୋଇ ରହିଥିବାରୁ ତାର ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଖରାପ ହେବାର ଆଶଙ୍କା ପ୍ରକାଶ ପାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ବନ୍ତ ଥାନା ନିଳୋକ ପଞ୍ଚାୟତ ବାଲିଗଢିଆ ଗ୍ରାମର ମା’ଗରୁଡାଇ ପୀଠସ୍ଥଳରେ ଥିବା ଏକ ଘର ବାରଣ୍ଡାରେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ମାନସିକ ବିକୃତ ଯୁବକ ଜଣକ ଦୀର୍ଘ ୧୫ ଦିନରୁ ଉର୍ଦ୍ଧ୍ୱ ହେବ ସେଠାରେ ଶୋଇ ରହିଛି । ନିଜର ପରିଚୟ ସଠିକ୍ ଭାବେ କହିପାରୁନାହିଁ । ବହୁ ପଚରା ଉଚୁରା ପରେ କେବଳ ସେ କେନ୍ଦୁଝର ଜିଲାର ଲୋକ ବୋଲି କହୁଛି । ତାର ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଆଜି ଗ୍ରାମର କିଛି ସମାଜସେବୀ ଉକ୍ତ ଯୁବକଙ୍କୁ ଡାକି କିଛି ଖାଦ୍ୟ ଖାଇବାକୁ ଦେଇଥିଲେ । ବହୁ କଷ୍ଟରେ ଯୁବକ ଜଣକ ଅଳ୍ପ କିଛି ଖାଦ୍ୟ ଗ୍ରହଣ କରିଥିଲେ । ଜିଲା ତଥା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ମାନସିକ ବିକୃତ ଯୁବକ ଜଣଙ୍କୁ ଉଦ୍ଧାର କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ