ମେରା ଯୁବ ଭାରତ ପକ୍ଷରୁ ଶହୀଦ ଦିବସ ପାଳନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମେରା ଯୁବ ଭାରତ(ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ), କେନ୍ଦ୍ରାପଡା ଓ ବଗଡା ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ସୋମବାର ସକାଳେ ବଗଡା ହାଇସ୍କୁଲ ପଡିଆରେ ‘ଶହୀଦ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶିକ୍ଷାବୀତ ପ୍ରତାପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା ୟୁଥ ଅଫିସର ଗୋଲି ତିରୁପତି ରେଡ୍ଡୀ, ସଂଯୋଜକ ଲକ୍ଷ୍ମୀକାନ୍ତ ଜେନା, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ,ଶିକ୍ଷାବୀତ ରବିନ୍ଦ୍ର ପ୍ରସାଦ ଜେନା, ଶ୍ରୀଚରଣ ସାମଲ, ଉମାକାନ୍ତ କର, ଦିଲ୍ଲିପ ସାହୁ, ରମେଶ ଦାସ, ସୁଜିତ ଚୈାଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୀର ଶହୀଦମାନଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ସୈନିକ ଅଭୟ କୁମାର ପାଣିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସଭାଶେଷରେ ସମସ୍ତ ଛାତ୍ରଛାତ୍ରୀ ପଦଯାତ୍ରାରେ ହାଇସ୍କୁଲ ପଡିଆ ନିକଟରୁ ବଗଡା ସ୍ପୋର୍ଟସ ଏକାଡେମୀ ପଡିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି କାର୍ଯ୍ୟକ୍ରମକୁ ଶକ୍ତିସ୍ୱରୂପ ସାହୁ ଓ ତାଙ୍କ ସାଥିମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ।


