ମରେଇଗାଁ ପୋଖରୀ ବିବାଦ: ସତ ଜାଣିବା ପରେ ଗାଁ ଲୋକେ ଧରିଲେ ମାଛ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତ ର କର୍ଣ୍ଣ ପୋଖରୀ ନିଲାମ କୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ନିଲାମ ସମୟ ଅତିକ୍ରାନ୍ତ ହୋଇଥିବା ଜାଣିବା ପରେ ଗାଁ ଲୋକେ ପୋଖରୀରୁ ମାଛ ଧରିନେବା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି। ସୂଚନାରୁ ଜଣାଯାଇଛି ଯେ ମରେଇଗାଁ ପଞ୍ଚାୟତ ର ପୋଖରୀ ସବୁକୁ ନିଲାମ କରିବା ପାଇଁ ୯ତାରିଖକୁ ଦିନ ଧାର୍ଯ୍ୟ ହୋଇଥଲା। ସେଥି ପାଇଁ ସରପଞ୍ଚ ୱାର୍ଡ ସଭ୍ୟ ମାନଙ୍କୁ ନୋଟିସ ଦେବା ସହିତ ପଞ୍ଚାୟତ ବାସୀଙ୍କ ଅବଗତ ନିମନ୍ତେ ମାଇକ ଦ୍ୱାରା ପ୍ରଚାର କରାଇ ଥିଲେ। କିନ୍ତୁ ଗତକାଲି ବିଡ଼ିଓ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଙ୍କ ଉପସ୍ଥିତିରେ ନିଲାମ ପ୍ରକ୍ରିୟା ଚାଲୁଥିବା ସମୟରେ କିଛି ୱାର୍ଡ ସଭ୍ୟ ଆମକୁ ଜଣା ଯାଇ ନଥିବା କହି ଏହାକୁ ବିରୋଧ କରିଥିଲେ। କିନ୍ତୁ ଏହି ସମୟରେ କିଛି ଗ୍ରାମବାସୀ କର୍ଣ୍ଣ ପୋଖରୀ ନିଲାମ କେତେବର୍ଷ ପାଇଁ ନିଲାମ ଦିଆଯାଇଥିବା ନେଇ ବୁଝିବାରୁ ବ୍ଲକ କର୍ତୁପକ୍ଷ ଏହାର ନିଲାମ ଅବଧି ବର୍ଷେ ହେଲା ସରିଥିବା ରେକର୍ଡ ଦେଖି କହିଥିଲେ। ଏହା ଜାଣିବା ପରେ ଗ୍ରାମର କିଛି ବ୍ୟକ୍ତି ଗତ କାଲି ରାତିରୁ ମାଛ ଧରିବାରେ ଲାଗିପଡିଛନ୍ତି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ ଜାଲ ପକାଇ ମାଛ ଧରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ କିଛି ୱାର୍ଡ ସଭ୍ୟ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବା ପାଇଁ ଲଗିପଡ଼ିଥିବା ଜାଣିବାକୁ ମିଳିଛି। ଏ ସମ୍ପର୍କରେ ସରପଞ୍ଚ ସତ୍ୟଭାମା ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଧିକାଂଶ ୱାର୍ଡ ସଭ୍ୟସଭ୍ୟା ମାନେ ମୋ ସହିତ ଅଛନ୍ତି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ