ସମ୍ବର୍ଦ୍ଧନା ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀ ପୁରସ୍କୃତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସରପଞ୍ଚ ସଂଗ୍ରାମ କେଶରୀ ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରାରମ୍ଭରେ ଟିଲୋ ସରକାରୀ ହାଇସ୍କୁଲର ସ୍କାଉଟ ଗାଇଡ ଛାତ୍ରମାନେ ଗାର୍ଡ ଅଫ ଅନର ଦେଇ ସରପଞ୍ଚଙ୍କୁ ସମ୍ମାନର ସହ ପତାକା ଉତ୍ତୋଳନ ପାଇଁ ପାଛୋଟି ଆଣିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସରପଞ୍ଚ ଶ୍ରୀ ଜେନା ଯୋଗ ଦେଇ ଦିବସ ପାଳନର ତାପର୍ଯ୍ୟ ସଂପର୍କରେ କହିବା ସହ ଏହି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚୋରା ଦେଶୀ ଓ ବିଦେଶୀ ମଦ ବନ୍ଦକୁ ରୋକିବା ସହ ନିଶାଦ୍ରବ୍ୟ ବର୍ଜ୍ଜନ କରିବା ପାଇଁ ଶପଥ ନେବାକୁ ସମସ୍ତ ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ସୀତାକାନ୍ତ ରାଉତ, ବିଶିଷ୍ଟ ଅତିଥି ଭାବେ ବନ୍ତ ଥାନାଧିକାରୀ ମୋନାଲିସା କର, ସମ୍ମାନୀତ ଅତିଥି ଭାବେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ୧୨ ଗୋଟି ବିଦ୍ୟାଳୟର ୫ମ, ୭ମ, ୮ମ ଓ ୧୦ମ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଟିଲୋର ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତିରେ ପୁରସ୍କୃତ କରାଯାଇଥିଲା । ଇଂ.ମନ୍ମଥ କୁମାର ରାଉଳ, ଇଂ.ପ୍ରଶାନ୍ତ ସାହୁ, ସମାଜସେବୀ ଅବିନାଶ ସାହୁ, ସୁବାଷ ସ୍ୱାଇଁ, ମୀତକେତନ ସ୍ୱାଇଁ, ପ୍ରଶାନ୍ତ ବେହେରା, ଗୋଲାପରାଣୀ ରାଉତ, ଗୌତମ ସ୍ୱାଇଁ, ଗଣେଶ ନାୟକ, ପ୍ରଦ୍ୟୁମ୍ନ ସାହୁ, ଅବସରପ୍ରାପ୍ତ ଶ୍ରମ କମିଶନର ଅଭିମନ୍ୟୁ ଲେଙ୍କା, ଗିରିଧାରୀ ଜେନା ପ୍ରମୁଖଙ୍କ ପ୍ରଦତ୍ତ ପୁରସ୍କାରକୁ ଅତିଥି ମାନେ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଅର୍ଜ୍ଜୁନ ଚରଣ ପଣ୍ଡା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଅବସରପ୍ରାପ୍ତ କାରା ମଙ୍ଗଳ ଅଧିକାରୀ କିଶୋର ଜେନା, ଦେବେନ୍ଦ୍ର ସାହୁ, ଦୋଳଗୋବିନ୍ଦ ସାହୁ, ସୁଧାକର କଅଁର, ରମାକାନ୍ତ ପାଣିଗ୍ରାହୀ, ପର୍ଶୁରାମ ସାହୁ, ଅଜିତ ପଢିଆରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀକ୍ଷା ତ୍ରିପାଠୀ, ଏଡିଓ ଅନସୂୟା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ