ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରା ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଯାଞ୍ଚ
କେନ୍ଦୁଝର (ଓ୍ବାଇଏନଏସ): ଝୁମ୍ପୁରା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଅଚାନକ ବିଭିନ୍ନ ସ୍ଥାନରେ ରହିଥିବା ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରି ଦର୍ଶନ କରି ମଧ୍ୟାହ୍ନ ଭୋଜନ, ଶିକ୍ଷାଦାନ ସମ୍ପର୍କରେ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି। ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ମୁକୁନ୍ଦ ଚରଣ ସାହୁ ବ୍ଲକର ହରିପଶି ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ନାଗର ପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୀତାରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡଡୁମୁରିଆ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଥିବା ଦେଖିବାକୁ ମିଳିଛି। ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମିଶ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ପିଲାଙ୍କ ନିମନ୍ତେ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବା ସହିତ ମଧ୍ୟାହ୍ନ ଭୋଜନ ମାନ କିପରି ରହୁଛି ତାହା ତଦାରଖ କରିବା ସହିତ ଭୋଜନ ପ୍ରସ୍ତୁତ ହେଉଥିବା ଗୃହ କେତେ ସ୍ୱଚ୍ଛ ରହିଛି,ପିଲା ମାନଙ୍କୁ ପାଇଁ ବ୍ୟବହାର ପାଣି କେତେ ବିଶୁଦ୍ଧ ରହିଛି ବିଦ୍ୟାଳୟ ର ପରିବେଶ ର ସ୍ବଚ୍ଛତା କିପରି ରହିଛି ତାହା ଟିକି ନିକି ତଦନ୍ତ କରିବା ସହିତ ପିଲା ମାନଙ୍କୁ ଶିକ୍ଷକ ମାନେ ଠିକ ଭାବରେ ଶିକ୍ଷା ଦାନ କରୁଛନ୍ତି ନା ନାହିଁ ଛାତ୍ର ଛାତ୍ରୀ ମାନଙ୍କୁ ପଚାରି ବା ସହିତ ପିଲା ମାନଙ୍କୁ ଶ୍ରେଣୀ ରେ ପଢ଼ା ହେଉଥିବା ବହିର ପ୍ରଶ୍ନ ପଚାରି ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ଦେଖିବା ସହିତ ଶିକ୍ଷକ ମାନେ ନିର୍ଦ୍ଧାରିତ ମାସ ମଧ୍ୟରେ ପିଲାଙ୍କ କୋର୍ସ ଶେଷ କରିଛନ୍ତି ନା ନାହିଁ ତାହା ତଦାରଖ କରିଥିବା ଦେଖିବାକୁ ମିଳିଛି। କିଛି ବିଦ୍ୟାଳୟ ର ଶିକ୍ଷକ ମାନେ ପିଲା ମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରୁ ନଥିବାରୁ ଗୋଷ୍ଠି ଶିକ୍ଷା ଅଧିକାରୀ ତାଗିଦ କରିଥିଲେ। କିଛି ବିଦ୍ୟାଳୟ ରେ ଶିକ୍ଷକ ମାନେ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେଉ ନଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଗିଦ କରିଥିଲେ। ଶିକ୍ଷା ଅଧିକାରୀ ଓ ସହକାରୀ ଶିକ୍ଷା ଅଧିକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କରୁଥିବା ତ୍ରୁଟି କୁ ସୁଧାରିବା ପାଇଁ ପରାମର୍ଶ ଦେଇଥିଲେ।


