ପ୍ରବାସୀ ଶ୍ରମିକ ସଚେତନତା ସଭା

ନୁଆପଡ଼ା,(ଲିଲାମ୍ବର ନାଗ): ବୋଡ଼େନ ବ୍ଲକ ଅଧିନସ୍ଥ ରୋକାଲ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସି ଡି ଏମ୍ ଓ ,ଡଃ ଧନେଶ୍ୱର ସେଠୀ, ଆଇଏଫଏସ୍ ପ୍ରବେଶନର ଅର୍ଣବ ସାମନ୍ତରାୟ, ତହସିଲଦାର ସରିତା ଗୁପ୍ତା, ପ୍ରାକ୍ତନ ବିଡ଼ିଓ ସୁଶାନ୍ତ କୁମାର ରଣା, ସ୍ଥାନୀୟ ସରପଞ୍ଚ ଠାକୁର ବାଗ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ l ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ନବ ଜାତକ ଶିଶୁ କନ୍ୟା ହେମନ୍ତି ନାଗକୁ କୋଳରେ ଧରି ତାହାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଚାରି ଜଣ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ, ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାର ମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ, ଅଭିଳାଷ ନାଗ ଓ ନେପୁର ନାୟକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ବିବାହ ସହାୟତା ପ୍ରଦାନ କରାଯାଇଛି। ସେହିପରି, ମୁକ୍ତା ମାଝୀ ଓ ପୂଜା ନାଗଙ୍କୁ ୧୦ ହଜାର ଟଙ୍କା ଲେଖାଏ ମାତୃତ୍ଵ ସହାୟତା ପ୍ରଦାନ କରାଯାଇଛି, ଜଣେ ସମାଜ ସେବୀ ଭାବରେ ସାମ୍ବାଦିକ ରାମନାଥ ପଣ୍ଡା ବିଭିନ୍ନ ସମୟରେ ଲୋକଙ୍କ ବିଭିନ୍ନ ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣି ଏହାର ସମାଧାନ ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା ।ଜିଲ୍ଲାପାଳ ଓ ଅତିଥି ମାନେ ରୋକାଲ ଗ୍ରାମର ପ୍ରବାସୀ ଶ୍ରମିକ ରାହାସ ନାଏକଙ୍କ ଘରକୁ ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇବା ସହ ଏହାର ଲାଭ ଉଠାଇବା ପାଇଁ ଉପଦେଶ ଦେଇଥିଲେ। ନାୟକଙ୍କ ପରିବାରକୁ ଛତୁ ଚାଷ କରି ରୋଜଗାର କରିବାକୁ ପ୍ରେରଣା ଦେଇଥିଲେ ଓ ତାଙ୍କ ପୁଅକୁ ପାଠ ପଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ନିଜ ଉଦବୋଧନରେ ଜିଲ୍ଲାପାଳ ପ୍ରବାସୀ ଶ୍ରମିକ ପ୍ରଥା ନିରାକରଣ ପାଇଁ ସମସ୍ତଙ୍କ ସାମୁହିକ ହସ୍ତକ୍ଷେପ ଜରୁରୀ ବୋଲି କହିଥିଲେ। ପଞ୍ଚାୟତି ରାଜ ଅନୁଷ୍ଠାନର ସମସ୍ତ ପ୍ରତିନିଧି ମାନଙ୍କୁ ପ୍ରବାସୀ ଶ୍ରମିକ ଲୋପ ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ।ଶେଷରେ, ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ବାସ, ଖାଦ୍ୟ, ଜଳ ଯୋଗାଇ ଦେଇଥିଲେ l ଏହି ଶିବିରକୁ ବୋଡ଼େନ ତହସିଲଦାର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ ଗୀତା, ସି ଡ଼ି ପି ଓ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତିରାଜ ବିଭାଗ, ଜଙ୍ଗଲ ବିଭାଗ ପ୍ରମୁଖ ଆୟୋଜନ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ