ମିନତୀ ଧଳଙ୍କୁ ମିଶନଶକ୍ତିର ସାଂସଦ ପ୍ରତିନିଧି ଦାୟିତ୍ବ
ହାଟଡ଼ିହି ,(ଓ୍ବାଇଏନଏସ): ହାଟଡ଼ିହି ବ୍ଲକର ମହିଳା ଓ ଶିଶୁବିଭାଗ ସହ ମିଶନ ଶକ୍ତି ବିଭାଗର ସାଂସଦ ପ୍ରତିନିଧ୍ ଭାବେ ମିନତୀ ଧଳଙ୍କୁ ଦାୟିତ୍ୱ ମିଳିଛି। କେନ୍ଦୁଝର ସାଂସଦ ଅନନ୍ତ ନାୟକଏନେଇ ପତ୍ର ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ମିନତୀ ସାଂସଦଙ୍କ ପତ୍ର ନେଇ ସିଡ଼ିପିଓ ଉମାମଣି ମହାପାତ୍ରଙ୍କୁ ଭେଟି ପ୍ରଦାନ କରିଛନ୍ତି I ପତ୍ରରେ ଉଲ୍ଲେଖ ଥିବା ପ୍ରତ୍ୟେକ ବୈଠକରେ ତାଙ୍କୁ ସାମିଲ କରିବାକୁ କହିଛନ୍ତି I ଶ୍ରୀମତୀ ଧଳଙ୍କୁ ଏପରି ଏକ ଦାୟିତ୍ୱ ମିଳିବା ପରେ ସେ ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ଜ୍ଞାନରଞ୍ଜନ ସାମନ୍ତସିଂହାର, ସୁଶାନ୍ତ ଜେନା, ଚତୁର୍ଭୁଜ ସ୍ବାଇଁ, ବଞ୍ଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ବାଇଁ, ଜିଲ୍ଲା ପରିଷଦ ଅସୀମା ମିଶ୍ର, ବେଲବାହାଳି ସରପଞ୍ଚ ଦୀପ୍ତି ସାହୁ, ପୂର୍ବତନ ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ହରମୋହନ ଶାସିନୀ, ଯୁଦ୍ଧିଷ୍ଠିର ମଲ୍ଲିକ, ଦେବାଶିଷ ସେନାପତି, ସୁରେନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ସାହୁ, ବେଣୁଧର ଜେନା ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି।


