ଖଣି ବିଭାଗର ଚଢ଼ାଉ: ବାଲି ବୋଝେଇ ହାଇୱା ଜବତ

ହାଟଡିହି (ଓ୍ବାଇଏନଏସ): ଜିଲ୍ଲା ପ୍ରଶାସନର ନିର୍ଦେଶ କୁ ମାନୁ ନାହାନ୍ତି ବାଲି ମାଫିଆ। ଅକ୍ଟୋବର ୧୫ ପର୍ଯ୍ୟନ୍ତ ବାଲି ଉତ୍ତୋଳନ ଓ ପରିବହନ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇଥିବା ବେଳେ ବାଲି ମାଫିଆ ମାନେ ଏହି ନିର୍ଦ୍ଦେଶ କୁ ନମାନି ଦୈନିକ ବାଲି ପରିବହନ କରୁଛନ୍ତି। ବର୍ତ୍ତମାନ ବର୍ଷା ଲାଗି ରହୁଥିବାରୁ ରାସ୍ତା ଗୁଡ଼ିକ ବିପର୍ଯ୍ୟସ୍ତ ହୋଇ ପଡିଛି। ଏପରିକି ଶାଳଣିଆଁ ଠାରୁ ଗେଡ଼ ମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟିରେ ବିରାଟ ବିରାଟ ଖାଲ ସୃଷ୍ଟି ହେବା ଦ୍ୱାରା ଏ ଅଞ୍ଚଳର ୫ଟି ପଞ୍ଚାୟତର ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଚଷାଖଣ୍ଡ, ସାହାପୁର, ଗେଡମା, ଆଇତିପୁର, ରତକଣା, ଅମୃତ ପୁର, ରାଘବପୁର ଆଦି ଗ୍ରାମକୁ ଆମ୍ବୁଲାନ୍ସ ଟିଏ ଯାଇପାରୁ ନଥିବା ବେଳେ ମୋ ବସ ଚଳାଚଳ ବନ୍ଦ ହେଇଯାଇଛି। ଏପରିକି ବନ୍ଧୁ ବାନ୍ଧବ ମାନେ ମଧ୍ୟ ଆସିବାକୁ କୁଣ୍ଠାବୋଧ କରୁଛନ୍ତି। ଏପରିକି ଗତ ଦୁଇ ଦିନ ତଳେ ଏକ ସ୍କୁଲ ଭ୍ୟାନ ଖାଲରେ ପଡ଼ି ଅଟକି ରହିବା ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଗତକାଲି ରାତିରେ ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇ ସାହାପୁର ନିକଟରୁ ଦୁଇଟି ହାଇୱାକୁ ଧରିଛନ୍ତି।  ଖଣି ବିଭାଗ ଚଢ଼ାଉ ରେ ଆସିଥିବା ଜାଣି ଅନେକ ସ୍ଥାନରେ ଗାଡି ଗୁଡିକ ବାଲି ବୋଝେଇ ପାଇଁ ନଯାଇ ରାସ୍ତା କଡ଼ରେ ଠିଆ କରାଇଛନ୍ତି। ଜବଦ ଗାଡ଼ି ଗୁଡିକୁ ପୋଲିସ୍ ସହାୟତାରେ ନନ୍ଦିପଦା ଥାନାକୁ ଅଣା ଯାଇଛି। ଚୋରା ବାଲି ଚାଲାଣ ରୋକିବା ପାଇଁ ପ୍ରତିଦିନ ଚଢ଼ାଉ ଜାରି ରଖିବା ସହିତ ରାସ୍ତାଘାଟ ନିର୍ମାଣ ଦିଗରେ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ