ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆ ପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଶାସନ ଗ୍ରାମର ସନାତନ ବେଜ ଙ୍କ ରୋଜଗାରକ୍ଷମ ବଡ ପୁଅ  ସତ୍ୟନାଥ ବେଜ(୨୨) ମୃତ୍ୟୁବରଣ କରିଥିଲେ।ସତ୍ୟନାଥ ପାତ୍ରପୁର ବ୍ଲକ ଜୟନ୍ତୀପୁର ଗ୍ରାମ ପ୍ରାଣୀଧନ ସ୍ୱାସ୍ଥ୍ୟକେନ୍ଦ୍ର ରେ ଅସ୍ଥାୟୀ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାମରେ ସେ ତାଙ୍କ ସହକର୍ମୀ ଶିବରାମ ଜେନା ଙ୍କ ସହ ବାଇକ ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଉଭୟେ ଘଟଣାସ୍ଥଳ ରେ ମୃତ୍ୟୁବରଣ କରିଥିଲେ। ଶନିବାର ମୃତଦେହ ବ୍ୟବଚ୍ଛେଦ ପରେ ରାତି ପ୍ରାୟ ୯ ଟାରେ ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ  ନିକଟ ବାହୁଦା ନଦୀ ବାରୁଣୀ ଘାଟ ଶ୍ମଶାନ ରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା।ରବିବାର ମଧ୍ୟାହ୍ନରେ ରାଜ୍ୟ ବାଣିଜ୍ୟ ,ପରିବହନ , ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ,ବ୍ରହ୍ମପୁର ଉପ ଜିଲାପାଳ ଅବିନାଶ କୁମାର,ବ୍ରହ୍ମପୁର ଏସ.ପି ଡ଼ା. ସର୍ବଣା ବିବେକ ଏମ,ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ବିଡ଼ିଓ ଅନାମିକା ପାଣ୍ଡେ,ପୂର୍ବତନ ଜିଲା ପରିଷଦ ସଦସ୍ୟ ଦିଲ୍ଲୀପ କୁମାର ହୋତା,ସରପଞ୍ଚ ସୀତାରାମ ସେଠୀ,ସମିତି ସଭ୍ୟ ବାସୁଦେବ ସେଠୀ, ସୁଶାନ୍ତ କୁମାର ଷଡଙ୍ଗୀ ପ୍ରମୁଖ ପଞ୍ଚାୟତର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନ ରେ ପହଞ୍ଚି ଶୋକସନ୍ତପ୍ତ ପରିବାର ଙ୍କୁ ଭେଟି ସମବେଦନା ଜ୍ଞାପନ କରି ଫେରିଥିବା ଜଣାପଡିଛି।ଗରିବ ଅସହାୟ ପରିବାର ଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ ପରିବାର ର ଜଣଙ୍କୁ ସରକାରୀ ଚାକିରି ରେ ନିଯୁକ୍ତ  ପାଇଁ ମନ୍ତ୍ରୀ ଙ୍କୁ ଗ୍ରାମବାସୀ ଅନୁରୋଧ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ