ହାଟଡିହି (ଓ୍ବାଇଏନଏସ): ବେଆଇନ ବାଲି ବୋଝେଇ କରି ଆସୁଥିବା ଏକ ଟ୍ରାକ୍ଟରକୁ ଧରିଛି ଖଣି ବିଭାଗ। ଖଣି ବିଭାଗ ଅଧିକାରୀ ମାନେ ଅଣା ସମଣା ରାସ୍ତାରେ ଯାଉଥିବା ସମୟରେ ବାଲି ବୋଝେଇ କରି ଆସୁଥିବା ଏକ ଟ୍ରାକ୍ଟରକୁ ଅଟକାଇ ଥିଲେ। ଟ୍ରାକ୍ଟର ଚାଳକ ଦୌଡି ପଳାଇଥିବା ଜଣା ପଡିଛି। ଖଣି ବିଭାଗ ଗାଡିଟିକୁ ଜବଦ କରିଛି।