ବୁଗୁଡା ଏନ.ଏ.ସି.ରେ ମନ୍ତ୍ରୀଙ୍କ ଦ୍ଵାରା ଭତ୍ତା ବଣ୍ଟନ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୨୬-୦୨-୨୦୨୬ ତାରିଖ ଦିନ ବିଭିନ୍ନ ଭତ୍ତା ବଣ୍ଟନ ହୋଇଯାଇଛି। ସକାଳ ୧୦ ଘଣ୍ଟିକା ସମୟରେ ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ନୂତନ ଭାବେ ୩୫ ଜଣ ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି ନଗରପାଳ ଚିତ୍ରସେନ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସମସ୍ତ କାଉନସିଲର, ହିତାଧିକାରୀ ଓ କର୍ମଚାରୀ ବୃନ୍ଦ   ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ