ବିଦ୍ୟୁତ ଆଘାତରେ ଆହାତଙ୍କୁ ମେଡ଼ିକାଲରେ ଭେଟିଲେ ମନ୍ତ୍ରୀ ଗୋକୁଳାନନ୍ଦ

ପୋଲସରା (ଅନୀଲ କୁମାର ମହାରଣା): ଜୁନ ୧୦ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ଗ୍ରାମର ନୁଆଁସାହିରେ ବିଦୂତ ଆଘାତରେ ବୋହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶ୍ୱଶୁର ଓ ଶାଶୁ ଆହାତ ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ନମିତା ସାହୁ। ବାରଣ୍ଡା କାମ କରିବା ସମୟରେ ଶ୍ୱଶୁର ଅଭିମନ୍ୟୁ ସାହୁ ବିଦ୍ୟୁତ ତାର ସଂସ୍ପର୍ଶରେ ଥିବା ଲୁହା ଗ୍ରିଲକୁ ସ୍ୱର୍ଶ୍ୱ କରି ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ପାଖରେ ବସିଥିବା ବୋହୁ ଓ ଶାଶୁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଉଭୟେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଆହତ ତିନି ଜଣଙ୍କୁ ସ୍ଥାନୀୟ ଲୋକେ ଉଧାରକରୀ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ବୋହୁ ନମିତା ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶାଶୁ ସାମାନ୍ୟ ଆହତ ହୋଇଥିବା ବେଳେ ଶ୍ୱଶୁର ଆହାତ ହୋଇ ଚିକିତ୍ସିତ ହେଉଥିଲେ। ଖବରପାଇ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ମୃତକଙ୍କ ପାଇଁ ସମବେଦନା ଜଣାଇଥିଲେ। ଜୁନ ୯ ତାରିଖ ଠାରୁ ଗ୍ରାମରେ ବିଦ୍ୟୁତ କାଟ ରହିଥିଲା। ବିଦ୍ୟୁତ ତାର ଛିଣ୍ଡି ମୃତକଙ୍କ ଘରର ଗ୍ରିଲରେ ଲାଗିଥିବା ବେଳେ ଜୁନ ୧୦ ତାରିଖ ମଧ୍ୟାହ୍ନରେ ଗ୍ରାମକୁ ବିଦ୍ୟୁତ ଆସିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି। ପୋଲସରା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ