ପୁଲିସ ଉପରେ ଆକ୍ରମଣ ଘଟଣା: ପୂର୍ବତନ ସରପଞ୍ଚ ସମେତ ୩ ଗିରଫ

ମୋହନା,(ଓ୍ବାଇଏନଏସ) : ଗତ ମାର୍ଚ୍ଚ ୨୦ ରେ ମୋହନା ଥାନା ପ୍ରେଡିଏର ଗାଁରେ ଗଞ୍ଜେଇ ରେଡ ବେଳେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଘଟଣା ରେ ପୂର୍ବତନ ସରପଞ୍ଚ ସମେତ ୩ ଜଣକୁ ଗିରଫ କରିଛି ପୁଲିସ । ସେମାନେ ହେଲେ ଯୁବ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁ ମାଝୀ, ପ୍ରେଡିଏର ଗାଁର ଜିରୀମିୟ ମାଝି ଓ ଜୁଡ଼ାସ ରଇତ। ଏହି ଘଟଣାରେ ପୂର୍ବରୁ ୧୩ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଗିରଫଙ୍କ ସାଂଖ୍ୟ ୧୫ କୁ ବୃଦ୍ଧି ପାଇଛି । ଏହି ଘଟଣାରେ ସଂପୃକ୍ତ ଦୁଇଜଣ ଶିକ୍ଷକ ଓ ଅନ୍ୟ ଅଭିଯୁକ୍ତ ମାନେ ତୁରନ୍ତ ମୋହନା, ଅଡବା ଥାନା କିମ୍ବା ଏସପି ଙ୍କ କାର୍ଯ୍ୟଳୟରେ ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଇଛନ୍ତି ଗଜପତି ଏସପି ଯତୀନ୍ଦ୍ର ଦାସ । ଯଦି ଆତ୍ମସମର୍ପଣ ନ କରନ୍ତି ତେବେ ଅତିଶିଘ୍ର ଏହି ମାସ ଶେଷ ସୁଦ୍ଧା ଗିରଫ କରାଯିବ ବୋଲି ଏସପି କହିଛନ୍ତି । ମାର୍ଚ୍ଚ ୨୦  ବିଳମ୍ବିତ ରାତିରେ ଗଞ୍ଜେଇ ରେଡ କରିବାକୁ ଯାଇଥିଲେ ପୋଲିସ । ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ଙ୍କ ନିର୍ଦେଶ କ୍ରମେ ରା. ଉଦୟଗିରି ଏସଡିପିଓ ଅମିତାଭ ପଣ୍ଡା, ମୋହନା ଥାନା ଅଧିକାରୀ ବସନ୍ତ ସେଠି, ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା, ରା.ଉଦୟଗିରି ଥାନା ଅଧିକାରୀ ଅଶ୍ୱିନୀ ଭିତ୍ରୀୟା, ରାମଗିରି ଥାନା ଅଧିକାରୀ ଗଜପତି ଦୋରା ଓ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠି ସହ ପୁଲିସ ଟିମ ରାତି ପ୍ରାୟ ସାଢେ ୨ ଟାରେ ପିଡ଼ିଏର ଗାଁରେ ପହଞ୍ଚି ବିଭିନ୍ନ ଲୋକଙ୍କ ଘରେ ଗଞ୍ଜେଇ ରେଡ କରିଥିଲେ । ଏହି ସମୟରେ ଗ୍ରାମବାସୀ ପ୍ରବଳ ବିରୋଧ କରିବା ସହ ପୁଲିସ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା । ପୁଲିସ ଓ ଗାଡି ଉପରକୁ ଢେଲା ପଥର ଓ ଠେଙ୍ଗାମାଡ଼ ହୋଇଥିଲା । ଏଥିରେ ରା.ଉଦୟଗିରି ଏସଡିପିଓଙ୍କ ସମେତ ୨୬  ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏଥିସହ ପୋଲିସ ର ୬ ଟି ଗାଡିକୁ ମଧ୍ୟ ଭାଙ୍ଗିଦେଇଥିଲେ ଗ୍ରାମବାସୀ । ଏହାପରେ ଯୁବ ଗାଁ ସମେତ ଅଞ୍ଚଳବାସୀ ଘଟଣା ସ୍ଥଳରେ ପହଁଚି ରାସ୍ତା ଉପରେ ରାତି ଠାରୁ ପୋଲିସ କର୍ମଚାରୀ ଙ୍କୁ ଅଟକ ରଖିଥିଲେ । ସ୍ଥାନୀୟ ସରପଞ୍ଚ ଜିଖରୀୟ ରଇତ ଓ ପୂର୍ବତନ ସରପଞ୍ଚ ମଧୁ ମାଝୀ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ସହ ଲିଖିତ ଚୁକ୍ତିନାମା ପରେ ସକାଳ ପ୍ରାୟ ସାଢେ ୯ ଟାରେ ପୁଲିସ କର୍ମଚାରୀ ଙ୍କୁ ଛାଡିଥିଲେ ଲୋକେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ