ପୋଲସରା ଓ ବୁଗୁଡା ବ୍ଳକରେ ମନ୍ତ୍ରୀଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ
ପୋଲସରା/ବୁଗୁଡା,(ଅନୀଲ କୁମାର ମହାରଣା) : ପୋଲସରା ଓ ବୁଗୁଡା ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୋଲସରା ବ୍ଲକ ଅଧୀନ ଡ଼େଙ୍ଗାପଦର ଓ ବଉଦିଆପଲ୍ଲୀ ଠାରେ ରାସ୍ତା ନିର୍ମାଣ ଲାଗି ରବିବାର ଦିନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ପୂର୍ତ୍ତ ବିଭାଗର ମୁଖ୍ୟ ସଡ଼କ ଠାରୁ ଡ଼େଙ୍ଗାପଦର ରାସ୍ତାଟି ଦୀର୍ଘ ବର୍ଷ ଧରି ଶୋଚନୀୟ ହୋଇପଡ଼ିଥିଲା। ଉକ୍ତ ରାସ୍ତା ନେଇ ପଞ୍ଚାୟତ ଜନସାଧାରଣ ପ୍ରଶାସନ ଓ ମନ୍ତ୍ରୀଙ୍କ ନିକଟରେ ବହୁବାର ଅଭିଯୋଗ କରିବା ସହ ସାମାଜିକ କର୍ମୀ ତଥା ସୁପ୍ରିମକୋର୍ଟର ଆଡଭୋକେଟ ସୁଶାନ୍ତ କୁମାର ମଲ୍ଲିକ ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ମଧ୍ୟ କେଶ କରିଥିଲେ । ତାହା ଆଜି ସାକାର ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ପୂର୍ତ୍ତ ବିଭାଗ ଠାରୁ ଡେଙ୍ଗାପଦର ପର୍ଯ୍ୟନ୍ତ ରାସ୍ତାକୁ ୩କୋଟି ୫୫ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଅଟକଳ ହୋଇଛି। କଣଛାଇ ଠାରୁ ଷୋହଳ ମାଇଲି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ରାସ୍ତାକଜ ୨ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଉର୍ନ୍ନତି କରଣ କରାଯିବାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସିମାଞ୍ଚଳ ପାତ୍ର, ସୁପ୍ରିମକୋର୍ଟର ଆଡଭୋକେଟ ସୁଶାନ୍ତ କୁମାର ମଲ୍ଲିକ, ସମାଜସେବୀ ଧରିଣୀଧର ପଣ୍ଡା, ବିଜେପି ନେତା ପ୍ରଭାକର ପଣ୍ଡା, କୃଷ୍ଣ ଚନ୍ଦ୍ର ଜେନା, ପ୍ରଶାନ୍ତ ପ୍ରଧାନ, ରଘୁନାଥ ପଣ୍ଡା, ରାଜେନ୍ଦ୍ର ପାତ୍ର, ମନୋଜ କୁମାର ଖଟୁଆ, ପୀତବାସ ବେହେରା , ସୁଶାନ୍ତ ମଲ୍ଲିକ, କପିଳେଶ୍ୱର ଦାସ , ପୀତବାସ ପ୍ରଧାନ, ପୃଥିବୀରାଜ ଭଞ୍ଜଦେଓ, ସନ୍ତୋଷ ବାରିକ ସମେତ ବହୁ ସରପଞ୍ଚ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।


