ଧାନ ଗଦା ପୋଡ଼ିଥିବା ଚାଷୀଙ୍କୁ ଭେଟି ସହାୟତାର ପ୍ରତିଶୃତି ଦେଲା ମନ୍ତ୍ରୀ
ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଗତ ୧୦/୦୧/୨୬ ତାରିଖ ଦିନ ୧୦ ଜଣ ଚାଷୀଙ୍କ ୨୦ ଏକରର ଧାନ ଗଦା ପୋଡ଼ି ପାଉଁଶ ହୋଇଯାଇଥିବା ଘଟଣା ଜାଣିବା ପରେ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ବିଭାଗ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଯୁବ ନେତା ଜଗନ୍ନାଥ ବାଢେଇଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ ମନ୍ତ୍ରୀ ମହୋଦୟ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବାଲିଛାଇ ସେବା ସମବାୟ ସମିତି ଧାନ ଉଠାଇବାରେ ବିଳମ୍ବ ଯୋଗୁଁ ଚାଷୀମାନେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଅପେକ୍ଷା କରି ଏହିପରି କ୍ଷତିର ସମ୍ମୁଖୀନ ହୋଇଥିବା ଅଭିଯୋଗ ଆଣିଥିଲେ।


