୧୦୧୫ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ମନ୍ତ୍ରୀ, ସାଂସଦ ଓ ଅଧ୍ୟକ୍ଷା

ପୋଲସରା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ପରିସରରେ ଜୁନ ୯ ତାରିଖ ଦିନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ  ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହ ଭତ୍ତା ବଣ୍ଟନ କରିଥିଲେ । ପୋଲସରା ବ୍ଲକ ର ୨୬ ଗୋଟି ପଞ୍ଚାୟତର ୧୦୧୫ ଜଣ ହିତାଧିକାରୀଙ୍କୁ ଗୋପବନ୍ଧୁ ଭତ୍ତା ଯୋଜନା ଓ  ଇନ୍ଦିରାଗାନ୍ଧୀ ଭତ୍ତା ଯୋଜନାରେ  ମନ୍ତ୍ରୀ, ସାଂସଦ ଓ ଅଧ୍ୟକ୍ଷା  ଭତ୍ତା ପ୍ରଦାନ କରିଥିଲେ। ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନ ଓ ବିଏସଏସଓ ଗୋପାଳ ପଣ୍ଡାଙ୍କ ସଂଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଭତା ବଣ୍ଟନ  କାର୍ଯ୍ୟକ୍ରମ ରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ ଓ ଝୁନୁ ଦାସଙ୍କ ସମେତ ସରପଞ୍ଚ, ସମିତି ମେମ୍ବର ଓ ବ୍ଲକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ