ଆଖଣ୍ଡଳମଣି ମନ୍ଦିରରେ ପୂଜାର୍ଚ୍ଚନା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଆରଡି, ( ଆଲୋକ ଚନ୍ଦ୍ର ନାୟକ) : ପବିତ୍ର ଶ୍ରାବଣ ମାସରେ ଭଦ୍ରକ ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡି ଧାମକୁ ଅାଗମନ କରି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଛନ୍ତି ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପର ତଥା ସଂସୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ସେ ପ୍ରଭୁ ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ତତ୍ପରେ ସେ ଶ୍ରାବଣୀ ମହାଦେବଙ୍କୁ ଜଳ ଲାଗି କରିଥିଲେ । ସେବାୟତ ମାନେ ପୀଠରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ପୀଠରେ ଷଣ୍ଢ ମାନଙ୍କ ସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ସମସ୍ୟା । ସେମାନଙ୍କ ପାଇଁ ଗୋଶାଳା ନିର୍ମାଣର ନିତାନ୍ତ ଆବଶ୍ୟକତା ରହିଛି । ଆରଡିରେ ଥିବା ସଂସୃତ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବା ଆଖଣ୍ଡଳମଣି ହାଇସ୍କୁଲରେ +୨ ଶ୍ରେଣୀ ଖୋଲିବା ଆଦିର ଆବଶ୍ୟକ ରହିଛି । ସେହିପରି ଭଦ୍ରକ ରୁ ଆରଡି ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । କାଉଡିଆ ଶ୍ରଦ୍ଧାଳୁ ବହୁ କଷ୍ଟରେ ଏହି ପୀଠକୁ ଜଳଲାଗି ପାଇଁ ଚାଲିଚାଲି ଆସୁଛନ୍ତି । ଶ୍ରାବଣ ସରିଲା ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ସରି ପାରିଲାନି । ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ସେବାୟତ ମାନେ ମନ୍ତ୍ରୀଙ୍କୁ କହିଥିଲେ । ଆରଡିରେ ଗୋଶାଳା ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା କରାଯିବ ଓ ଖୁବଶୀଘ୍ର ଆଖଣ୍ଡଳମଣି – ଭଦ୍ରକ ରାସ୍ତା ନିର୍ମାଣ କାର୍ଯ୍ୟ ସରିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ବିଜେପି ବାବା ଆଖଣ୍ଡଳମଣି ଜୋନ ସଭାପତି ସନ୍ଦୀପ ନାୟକ, ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଧୀର ପାଢୀ, ସୁବାସ ସାହୁ, ଉତ୍ତମ ମିଶ୍ର, ଲଲାଟ ପାଢୀ, ଉମେଶ ସାହୁ, ସଦାନନ୍ଦ ମଲିକ, ପ୍ରଫୁଲ୍ଲ ମହାଳିକ, ନିରାକାର ନାୟକ, ପ୍ରଦୀପ ନାୟକ, କିଶନ ପାଢୀ, ବାଲାଜୀ ପାଢୀ, ଅଭିମନ୍ୟୁ ବିଶ୍ବାଳ, ରାଜୀବ ଜେନା, ହିମାଂଶୁ ବିଶ୍ବାଳ, ଧନେଶ୍ବର ମଲିକ, ରାକେଶ ନାୟକ ପ୍ରମୁଖ ପୀଠରେ ଉପସ୍ଥିତ ଥିଲେ ।


