ମନରେଗା ଲୋକପାଳଙ୍କ ମସାଣି ରାସ୍ତା କାମ ପରିଦର୍ଶନ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମନରେଗା ଆମ୍ବୁଡ଼ସମେନ ଅକ୍ଷୟ କୁମାର ଦାସଙ୍କ ଗୁରୁବାର ମୁନିଗୁଡା ଠାରେ ପହଞ୍ଚି ମୁନିଗୁଡାର ଟିକରପଡାସ୍ଥିତ ମସାଣି ରାସ୍ତା କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ମାନ ଏବଂ ମନରେଗା କର୍ମଜୀବୀଙ୍କ ପ୍ରାପ୍ୟ,ଶ୍ରମ ଦିବସ ସୃଷ୍ଟି ସମ୍ପର୍କରେ ଅନୁଧ୍ୟାନ କାରିବା ସହ କର୍ମଚାରି ଓ ସ୍ଥାନୀୟ ଲୋକ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ୨୦୨୧/୨୨ ମସିହାରେ ଆରମ୍ଭ ହୋଇଥିଲା ବେଳେ ୫,୯୫,୮୧୮ ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେଥିମଧ୍ୟରୁ ୩,୨୦୫୦୨ ଟଙ୍କା କର୍ମଜୀବୀ ମାନଙ୍କୁ ପ୍ରଦାନ କରାଯାଇଛି। ସାମଗ୍ରୀ ପ୍ରଦାନ କାରୀଙ୍କ ପ୍ରାୟ ପ୍ରାପ୍ୟ ମିଳି ନଥିବା ଜଣାପଡିଛି। ଏହି କାମ ନିମ୍ନମାନର ହୋଇଥିବା ଲୋକପାଳଙ୍କ ନଜରକୁ ଆସିଥିଲା। ଉପସ୍ଥିତ କର୍ମଚାରିଙ୍କୁ ଏଭଳି କାର୍ଯ୍ୟ ପୁନରାବୃତ୍ତି ନକରିବାକୁ ତାଗିଦ କରିଥିବା ସହ ଆବଶ୍ୟକ ମରାମତି ପାଇଁ ପରମାର୍ଶ ଦେଇଥିଲେ। ଏଥିସହ ସାମଗ୍ରୀ ପ୍ରଦାନ କାରୀଙ୍କ ସମସ୍ତ ପ୍ରାପ୍ୟ ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ଜଣେଇବାକୁ ପ୍ରତିଶୃତି ଦେଇଥିଲେ ଏଥିସହ ଅର୍ଥ ପ୍ରଦାନ ବିଳମ୍ବ ଜନିତ ଅବହେଳା ପାଇଁ ପଞ୍ଚାୟତ ଅଧିକାରୀଙ୍କୁ ଦାୟୀ କରିଥିଲେ। ମନରେଗା ଆମ୍ବୁଡ଼ସମେନ ଅକ୍ଷୟ କୁମାର ଦାସଙ୍କ ଏହି ପରିଦର୍ଶନ ପରେ ବ୍ଲକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦାନ କରି ପଞ୍ଚାୟତ ମନରେଗା କର୍ମଚାରୀ,କନିଷ୍ଠ ଯନ୍ତ୍ରୀ ସହ ଆଲୋଚନା କରିଥିଲେ। ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି,ଏଇ ଭି.ଶ୍ରୀନିବାସ ରାଓ,ଅମ୍ବିକା ଦାସ,ସରପଞ୍ଚ ସରସ୍ବତୀ ଶବର, ପିଇଓ ଅଞ୍ଜନ ସାହୁ,ବବିତା ମିଶ୍ର ଓ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ