ବିଦ୍ୟୁତ ତାରରେ ଲାଗି ନାବାଳକର ମୃତ୍ୟୁ ଘଟଣା: ପଡୋଶୀ ଘର ସ୍ୱାମୀ ଓ ସ୍ତ୍ରୀ ଗିରଫ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ସୁଶାନ୍ତ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ତପସ୍ୱିନୀ ସାହୁ ଙ୍କ ଦ୍ୱାରା ବେଆଇନ ଭାବେ ଘରର ବାରିପଟରେ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜୁଲାଇ ୨୦ ତାରିଖ ଦିନ ପଡୋଶୀ ଘର ପରମାନନ୍ଦ ସାହୁଙ୍କ ବଡ଼ ପୁଅ ନାବାଳକ ତନ୍ମୟ କୁମାର ସାହୁ (୧୨) ଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲସରା ପୋଲିସ ପହଞ୍ଚି ଶୁଶାନ୍ତ ଓ ତପସ୍ୱିନୀ ଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖି ଅନୁସନ୍ଧାନ କରିଥିଲେ। ଏନେଇ ପୋଲସରା ପୋଲିସ ଥାନା କେସ ନଂ ୫୧୬/୨୦୨୫, ତାରିଖ ୨୦/୦୭/୨୫, ଧାରା ୟୁ/ଏସ ୨୯୬ /୧୦୫ /୩୫୧(୨) / ୩(୫) ବିଏନଏସ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ସୁଶାନ୍ତ କୁମାର ସାହୁ, ପିତା- ସ୍ବର୍ଗତ କୈଳାଶ ଚନ୍ଦ୍ର ସାହୁ ଏବଂ ତପସ୍ୱିନୀ ସାହୁ, ସ୍ୱାମୀ- ସୁଶାନ୍ତ କୁମାର ସାହୁ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ